Latest Odisha News

BREAKING NEWS

ବିଡିଓ ଦାୟିତ୍ୱ ତୁଲାଇବେ ୨୦୨୩ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର ୮ ଆଇଏଏସ୍ ଅଫିସର

ଭୁବନେଶ୍ବର: ୮ ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ବ୍ଲକର ବିଡ଼ିଓ ଭାବେ ଅବସ୍ଥାପିତ କଲେ ରାଜ୍ୟ ସରକାର । ଏହି ସମସ୍ତ ଆଇଏଏସ୍ ଅଫିସର ୨୦୨୩ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର । ସମ୍ପୃକ୍ତ ବ୍ଲକରେ ଥିବା ବିଡିଓମାନଙ୍କୁ ସେହି ଜିଲ୍ଲାର ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ବଦଳି ହୋଇଛି । ଏନେଇ ରାଜ୍ୟ…

ଭାଇରାଲ ହେଉଛି ଭିନେଶଙ୍କ ଭାବପ୍ରବଣ ପୋଷ୍ଟ

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟଙ୍କ ଆବେଦନ ସିଏଏସରେ ଖାରଜ ହେବା ପରେ ଗୁରୁବାର ସେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଛନ୍ତି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିନେଶ ତାଙ୍କ ପୋଷ୍ଟରେ ମ୍ୟାଟ ଉପରେ କାନ୍ଦୁଥିବା ଫଟୋ ଛାଡିବା ସହ ବ୍ୟାକଗ୍ରାଉଣ୍ଡରେ ଗାୟକ ବି…

‘ବାମ ଓ ରାମ’ ମିଶି ଏହି ହିଂସା କରୁଛନ୍ତି: ମମତା ବାନାର୍ଜୀ

କୋଲକାତା: କୋଲକାତା ଆରଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ସେଠାରେ ହିଂସା ଏବେ ଚରମ ସୀମାରେ ପହଞ୍ଚିଛି । ଏହା ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, କିଛି ରାଜନୈତିକ ବ୍ୟକ୍ତି ବଙ୍ଗଳାରେ…

ଏନସିଏ ମୂଖ୍ୟ ପଦରେ ରହିବେ ଲକ୍ଷ୍ମଣ

ନୂଆଦିଲ୍ଲୀ: ଭାରତର ପୂର୍ବ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ନ୍ୟାଶନାଲ କ୍ରିକେଟ ଏକାଡେମୀର ମୂଖ୍ୟ ଦାୟିତ୍ୱ ତୁଲାଇବେ । ଆଇପିଏଲର ଏକ ଟିମ ପକ୍ଷରୁ ତାଙ୍କୁ କୋଚ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲା । ଫଳରେ ସେ ଏନସିଏ ଦାୟିତ୍ୱ ଛାଡିବେ ବୋଲି ଅନୁମାନ କରାଯାଉଥିଲା । ଏବେ ଏଥିରେ ବିରାମ…

କୋଲକାତା ଦୁଷ୍କର୍ମ ମାମଲାରେ ମମତା ସରକାରଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ହିଂସା ସମ୍ପର୍କରେ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି । ଡାକ୍ତରଖାନାରେ ପ୍ରମାଣ ନଷ୍ଟ ନ ହେବା ପାଇଁ ସେ ସାମରିକ ବାହିନୀ ନିୟୋଜିତ କରିବାକୁ କେନ୍ଦ୍ର…

କୋଲକତା ଦୁଷ୍କର୍ମ ଓ ହତ୍ୟା ଘଟଣା: କାହିଁକି ଟିଏମସି ପ୍ରବକ୍ତା ପଦରୁ ହଟିଲେ ଶାନ୍ତନୁ ସେନ୍

କୋଲକତା: କୋଲକାତାର ଜଣେ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା ଉପରେ ମନ୍ତବ୍ୟ ଦେବା ଟିଏମସିର ପୂର୍ବତନ ସାଂସଦ ଶାନ୍ତନୁ ସେନଙ୍କୁ ମହଙ୍ଗା ପଡିଛି । ଶାନ୍ତନୁ ସେନଙ୍କ ବିବୃତ୍ତିକୁ ତାଙ୍କର ବ୍ୟକ୍ତିଗତ ବିବୃତ୍ତି ବୋଲି କହି ତାଙ୍କୁ ଦଳର ମୁଖପାତ୍ର ପଦରୁ ହଟାଇ ଦିଆଯାଇଛି ।…

ତେନ୍ଦୁଲକରଙ୍କ ରେକର୍ଡ଼ ଭାଙ୍ଗିପାରିବେ ଏହି ଖେଳାଳି: ରିକି ପଣ୍ଟିଙ୍ଗ

ନୂଆଦିଲ୍ଲୀ: କ୍ରିକେଟରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ଭାରତୀୟ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ ନାମରେ ରହିଛି। ଦୁଇ ଦଶନ୍ଧିରୁ ଅଧିକ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୧୫୯୨୧ ଟେଷ୍ଟ ରନ୍ ସ୍କୋର କରିଥିଲେ। ଅଷ୍ଟ୍ରେଲୀୟ ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ କହିଛନ୍ତି ଯେ…

ସାମ୍ନାକୁ ଆସିଲା ରବୀନ୍ଦ୍ରନାଥ ଟାଗୋରଙ୍କ ହାତ ଲେଖା ଜାତୀୟ ସଂଗୀତ

ନୂଆଦିଲ୍ଲୀ: ଦେଶର ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମଗ୍ର ଦେଶ ମନେ ପକାଉଛି। ଏଥିସହିତ ରବୀନ୍ଦ୍ରନାଥ ଟାଗୋରଙ୍କୁ ମନେ ପକାଇଛି ନୋବେଲ କମିଟି। ଜାତୀୟ ସଂଗୀତ ବଜାଇ ତ୍ରିରଙ୍ଗାକୁ ସମ୍ମାନ ଜଣାଯାଉଛି। ଜାତୀୟ ସଂଗୀତ ରବୀନ୍ଦ୍ରନାଥ ଟାଗୋର…

ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ

ଅନୁଗୁଳ: ସ୍ୱାଧୀନତା ଦିବସରେ ରକ୍ତରେ ଭିଜିଲା ଅନୁଗୁଳ ଜିଲ୍ଲା ସନ୍ତ୍ରୀ ଗାଁ । ଦୁଇ ଜଣ ଟେଲରଙ୍କ ମଧ୍ୟରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା ରହିଛି । ମୃତକ ହେଲେ ମଧୁସୂଦନ ନାୟକ । ସୂଚନା ଅନୁସାରେ, ଯାଜପୁର ଅଞ୍ଚଳର ମଧୁସୂଦନ ନାୟକ ନାମକ ଜଣେ ବ୍ୟକ୍ତି ସନ୍ତ୍ରୀ ଗାଁରେ…

 ସାବଧାନ!, ଲୁଣ ଓ ଚିନିରେ ରହିଛି ପ୍ଲାଷ୍ଟିକ

ନୂଆଦିଲ୍ଲୀ: ଲୁଣ କିମ୍ବା ଚିନି ମାତ୍ରା ଠାରୁ ଅଧିକ ଖାଇବା ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି ସମସ୍ତେ ଜାଣନ୍ତି । ଏହା ଅଧିକ ମାତ୍ରାରେ ସେବନ ଦ୍ବାରା ମଧୁମେହ, ଶରୀରରେ ଇନଫ୍ଲାମେସନ ସହିତ ଉଚ୍ଚରକ୍ତଚାପ ଏବଂ ହୃଦଜନିତ ରୋଗ ମଧ୍ୟ ହେବାର ସମ୍ଭାବନା ରହିଥାଏ । ଖାଲି ଯେ ଏତିକି ତାହା ନୁହେଁ…