ପରଲୋକରେ ବିଶିଷ୍ଟ କୋଶଳୀ ଭାଷା ଓ ସଂସ୍କୃତି ଅନୁରାଗୀ ନିମାଇଁ ପାଣିଗ୍ରାହୀ
ଭୁବନେଶ୍ବର: ଆଉ ନାହାନ୍ତି ପଶ୍ଚିମ ଓଡ଼ିଶାର ସୁବିଦିତ ଭାଷା ଓ ସଂସ୍କୃତି ଅନୁରାଗୀ ନିମାଇଁ ଚରଣ ପାଣିଗ୍ରାହୀ । ଅଗଷ୍ଟ ୪ ତାରିଖ ରବିବାର ଦିନ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ଓଡ଼ିଶା ସରକାରଙ୍କ ବନ ବିଭାଗରୁ ୨୦୧୮ରେ ଅବସର ନେଇଥିଲେ ।…