Latest Odisha News

ବଢୁଛି ଡେଲ୍‌ଟା ଭୟ; ପୁଣି ହେଲା ଲକ୍‌ଡାଉନ୍‌

ବେଜିଂ: ଚୀନ୍‌ରେ ବଢୁଛି ଡେଲ୍‌ଟା ଭୟ। ଏକାଧିକ କରୋନାଭାଇରସ୍ ମାମଲା ଚିହ୍ନଟ ହେବା ପରେ ଚୀନ୍ ଦକ୍ଷିଣ-ପୂର୍ବ ପ୍ରଦେଶର ଫୁଜିୟାନର ୪.୫ ନିୟୁତ ଲୋକ ବସବାସ କରୁଥିବା ସହରକୁ ଲକ୍‌ଡାଉନ୍‌ କରିଛନ୍ତି ଚୀନ ସରକାର। ପୁଣି ଥରେ ଡେଲ୍ଟା ବିସ୍ଫୋରଣକୁ ରୋକିବା ପାଇଁ ଏହା ଏକ ପ୍ରୟାସ। ଏହାକୁ…

ଅନୁଗୁଳ ଓ ସୁବର୍ଣ୍ଣପୁରରରେ ରେକର୍ଡ ଭାଙ୍ଗିଲା ବର୍ଷା, କେଉଁଠି କେତେ ବର୍ଷିଛି ?

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ବର୍ଷା ବିତ୍ପାତ ଆଣିଛି । ଅବିରତ ବର୍ଷାରେ ସାରା ରାଜ୍ୟ ହନ୍ତସନ୍ତ ହୋଇଛି । ଚଳିତ ଲଘୁଚାପ ପ୍ରଭାବରେ ମୋଟ ୪୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ଅନୁଗୁଳ ଓ ସୁବର୍ଣ୍ଣପୁରରରେ ରେକର୍ଡ ଭାଙ୍ଗିଛି ବର୍ଷା । ଅନୁଗୁଳ ଜିଲ୍ଲାର ତାଳଚେରରେ…

ଆଫଗାନିସ୍ତାନରୁ ୧,୨୪,୦୦୦ ଲୋକଙ୍କ ସ୍ଥାନାନ୍ତର ଶେଷ କଲା ଆମେରିକା

ୱାଶିଂଟନ୍: ଆଫଗାନିସ୍ତାନରୁ ୧,୨୪,୦୦୦ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯିବା ସହିତ ଆମେରିକା ଇତିହାସର ସବୁଠାରୁ ବଡ ବିମାନ ଉଡ଼ାଣ ସମାପ୍ତ କରିଛି ବୋଲି ଜଣେ ସରକାରୀ ଅଧିକାରୀ ମଙ୍ଗଳବାର କହିଛନ୍ତି। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ଏକ ଟ୍ୱିଟରେ କହିଛନ୍ତି ଯେ…

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା, ଗମନାଗମନ ଠପ୍

ଢେଙ୍କାନାଳ: ଲଗାଣ ବର୍ଷାରେ ଧୋଇଗଲା ରାସ୍ତା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସିଆରିମାଳିଆ ୫୩ ନମ୍ବର ଜାତୀୟ ରାଜପଥ ଧୋଇ ଯାଇଛି । ରାସ୍ତା ଉପରେ ପ୍ରାୟ ୪୦ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଏହି ରାସ୍ତା ଦେଇ ଠପ୍ ହୋଇଛି ଯାତାୟତ । ବିଶେଷ କରି ଯାଜପୁର ଜିଲ୍ଲା ଡୁବୁରୀ ଓ…

ପଞ୍ଜଶୀରରେ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ଆରମ୍ଭ କରିଛି ତାଲିବାନ !

ପଞ୍ଜଶୀର: ପଞ୍ଜଶୀର କବଜା କରିବା ପରେ ତାଲିବାନ ଏବେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି । ଧିରେ ଧିରେ ପଞ୍ଜଶୀର ଘାଟି ନିରୀହ ଜନତାଙ୍କ ରକ୍ତରେ ଲାଲ ହେଉଛି । ବିବିସି ରିପୋର୍ଟ ଅନୁସାରେ ଏ ପର୍ଯ୍ୟନ୍ତ ତାଲିବାନୀମାନେ ୨୦ ନାଗରିକଙ୍କୁ ହତ୍ୟା କରି ସାରଛନ୍ତି । ଏମାନଙ୍କ…

କମୁଛି କରୋନା କାୟା: ଆଜି ଓଡ଼ିଶାରୁ ୪୨୮ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୪୨୮ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୫୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୭୬ । ୧୮ ବର୍ଷ ଭିତରେ ଆଉ ୫୫ ଜଣ ଆକ୍ରାନ୍ତ ଚିହ୍ନଟ…

‘ମାସ୍କ’ ଆଉ କେତେ ଦିନ?

ନୂଆଦିଲ୍ଲୀ: କରୋନା ସମସ୍ତଙ୍କ ଜୀବନକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅନୁସରଣ କରିବା ଭଳି କରୋନା ଉପଯୁକ୍ତ ଆଚରଣ, ଆମ ଜୀବନର ଏକ ଅଂଶ ପାଲଟିଯାଇଛି। କରୋନାରୁ ସୁରକ୍ଷା ପାଇବା ଲାଗି ଲୋକମାନେ କରୋନା ଟିକା ନେବା ଅଧିକ ପ୍ରାଧାନ୍ୟ ଦେଉଛନ୍ତି। କିନ୍ତୁ…

ଫୁଲୁଛି ଜଳକା: ବାଲେଶ୍ୱର ଜିଲ୍ଲା ମଥାନୀରେ ବିପଦ ସଙ୍କେତ ଉପରେ ପ୍ରବାହିତ

ବାଲେଶ୍ୱର: ଲଗାଣ ବର୍ଷାରେ ଫୁଲୁଛି ଜଳକା ନଦୀ । ଜଳସ୍ତର କ୍ରମାଗତ ଭାବରେ ବଢି ଚାଲିଛି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ଜଳକା ବିପଦ ସଙ୍କେତ ଚପିଛି । ଏବେ ସେଠାରେ ଜଳସ୍ତର ରହିଛି ୬.୨୨ ମିର ରହିଛି । ମଥାନୀଠାରେ ବିପଦ ସଙ୍କେତ ରହିଛି ୫.୫ ମିଟର । ଜଳସ୍ତର ୬.୫ ମିଟର ପାର କଲେ…

ସେରୋ ସର୍ଭେରେ ୭୧% ପିଲାଙ୍କଠାରେ ଆଣ୍ଟିବଡି ବିକଶିତ ହୋଇଛି; PGIMER

ନୂଆଦିଲ୍ଲୀ: ୨୭୦୦ ପିଲାଙ୍କ ମଧ୍ୟରେ PGIMER ଦ୍ୱାରା କରାଯାଇଥିବା ଏକ ସେରୋ ସର୍ଭେ ଅନୁଯାୟୀ ୭୧ ପ୍ରତିଶତ ନମୁନା କୋଭିଡ -୧୯ ବିରୁଦ୍ଧରେ ଆଣ୍ଟିବଡି ବିକଶିତ କରିଛି। ଚଣ୍ଡିଗଡ଼, ଗ୍ରାମାଞ୍ଚଳ, ସହରାଞ୍ଚଳ ଏବଂ ବସ୍ତି ବାସିନ୍ଦାଙ୍କଠାରୁ ଏହି ନମୁନା ସଂଗ୍ରହ କରାଯାଇଥିଲା। "ଆମେ କରୋନା…

ଭୁବନେଶ୍ୱରରେ ଅଙ୍ଗନବାଡି ଦିଦିଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଅଙ୍ଗନବାଡ଼ି ଦିଦି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର କରୋଡ଼କଣ୍ଟାର ଅଙ୍ଗନବାଡ଼ି କର୍ମୀ କବିତା ମଥାନଙ୍କ ଘରେ ରେଡ୍ ଚାଲିଛି। ତାଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।…