Latest Odisha News

ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍; ୨ମୃତ, ୧୫ରୁ ଉର୍ଦ୍ଧ୍ବ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନଟି ଓଲଟି ପଡିବାରୁ ଦୁଇ ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ, ୧୫ ଜଣ ଗୁରୁତର ହୋଇଛନ୍ତି । ତେବେ ସେମାନଙ୍କ ଭିତରୁ ୭ ଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ,…

ଶୁକ୍ରବାର ଏସିଆର ଷଷ୍ଠ ଉତ୍ତପ୍ତ ସ୍ଥାନ ହେଲା ଭୁବନେଶ୍ୱର

ଭୁବନେଶ୍ୱର: ଆଇଏମଡି ଭୁବନେଶ୍ୱରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ୨୦୨୪ ଏପ୍ରିଲ ୫ ତାରିଖ ଶୁକ୍ରବାର ଦିନ ଭୁବନେଶ୍ୱର ଏସିଆର ଷଷ୍ଠ ଉତ୍ତପ୍ତ ସ୍ଥାନ ଭାବେ ସ୍ଥାନ ପାଇଛି। ଉମାଶଙ୍କର ଦାସ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏସିଆର ଶ୍ରେଷ୍ଠ ୧୦ ଟି ଉତ୍ତପ୍ତ ସ୍ଥାନର ତାଲିକା…

ବିଜେଡି ପାଇଁ କଣ୍ଟା ସାଜିଛି କୋରେଇ: ପ୍ରଣବଙ୍କ ପରିବାର ବନାମ ଘଡାଇ ପରିବାର କିଏ ହାତେଇବ ଟିକେଟ୍?

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ କୋରେଇ ନିର୍ବାଚନ ମଣ୍ଡଳୀର ରାଜନୈତିକ ଗତିବିଧି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବିଜୁ ଜନତା ଦଳର ପୂର୍ବତନ ନେତା ଆକାଶ ଦାସ ନାୟକଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ କରିଥିବା ବେଳେ ବିଜେଡି ଓ କଂଗ୍ରେସ ଏବେ…

ବଲାଙ୍ଗୀର ସଦରରେ ବିଗ୍ ଫାଇଟ୍: ମୈଦାନରେ ଅନଙ୍ଗ ଏବଂ ନରସିଂହଙ୍କ ସୁପୁତ୍ର

ବଲାଙ୍ଗୀର: ବଲାଙ୍ଗୀର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୋରଦାର ନିର୍ବାଚନୀ ଲଢ଼େଇ ହେବାକୁ ଯାଉଛି। କଂଗ୍ରେସ ନେତା ନରସିଂହ ମିଶ୍ର ଓ ବିଜୁ ଜନତା ଦଳ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ପରିବାର ଏହି ସମ୍ମାନଜନକ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଥର କଂଗ୍ରେସରୁ ନରସିଂହଙ୍କ ପୁଅ…

୪ ଆଇଏଏସ ଅଫିସରଙ୍କୁ ନୂଆ ପଦବୀକୁ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ୪ ଜଣ ଆଇଏଏସ୍ ଅଫିସରଙ୍କୁ ନୂଆ ଦାୟିତ୍ୱରେ ଅବସ୍ଥାପିତ କରିଛନ୍ତି। ପୂର୍ବରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅତିରିକ୍ତ ମୁଖ୍ୟ ପ୍ରଶାସକ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିବା ସାମନ୍ତ ବର୍ମାଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଭାବେ…

ଚେନ୍ନାଇ ବିପକ୍ଷରେ ହାଇଦ୍ରାବାଦର ସହଜ ବିଜୟ

ହାଇଦ୍ରାବାଦ: ଏଠାରେ ଗୁରୁବାର ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରବାଦ ୬ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ଦଳ ୧୧ ବଲ ହାତରେ ଥାଇ ମ୍ୟାଚକୁ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ବିନିମୟରେ ୧୬୫ ରନ କରିଥିଲା । ଶିବମ…

ଗୀତ ଗାଇଲେ ଧୋନୀ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କ ଏକ ବିଜ୍ଞାପନ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ବିଜ୍ଞାପନରେ ଧୋନୀଙ୍କୁ ଗୀତ ଗାଉଥିବା ଦେଖିବାକୁ ମିଳିଛି । ସେ ଏକ ଜଙ୍ଗଲିଆ ରାସ୍ତାରେ ସାଇକେଲ ଚଳାଇ ବୋଲୋ ଯେ କୋଏଲ ବାଗୋ ମେଁ ଗାଉଛନ୍ତି । ଆଇପିଏଲର…

ରାୟଗଡ଼ା ଆସନକୁ ନେଇ ଉତ୍ତେଜନା, ବିଜୁ ଜନତା ଦଳରେ ଟିକେଟ କଂଦଳ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଜୁ ଜନତା ଦଳରେ ଟିକେଟ କଂଦଳ। ବିଜେଡ଼ିରୁ ଟିକେଟ ହାତେଇ ଥିବା ଅନୁସୂୟା ମାଝୀଙ୍କୁ ନେଇ ବିବାଦୀୟ ସ୍ଥିତି। ଜିଲ୍ଲା ସଭାପତି ସୁଧୀର ଦାସଙ୍କ ସ୍ଥାନରେ ଏନ ଭାସ୍କର ରାଓ ହେଲେ ଜିଲ୍ଲା ସଭାପତି। ସୁଧୀର ଦାସ ହେଲେ ରାଜ୍ୟ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ…

ବିଜେଡ଼ିରେ ଯୋଗଦେଲେ ଦଶପଲ୍ଲା ସ୍ୱାଭିମାନ ମଞ୍ଚର ସଭାପତି ଶ୍ରୀହରି ନାୟକ

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ନିର୍ବାଚନମଣ୍ଡଳୀର ଦଶପଲ୍ଲା ସ୍ୱାଭିମାନ ମଞ୍ଚର ସଭାପତି ତଥା ସାମାଜିକ କର୍ମୀ ଶ୍ରୀହରି ନାୟକଙ୍କ ସମେତ ଶତାଧିକ ବିଜେପି ଏବଂ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ…

ଖୋର୍ଦ୍ଧା ଜିଲ୍ଲାରେ ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ଚାଲିବ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର

ଖୋର୍ଦ୍ଧା: ରାଜ୍ୟରେ ପ୍ରଚଣ୍ଡ ଖରା ପାଇଁ ବଦଳିଲା ଅଙ୍ଗନବାଡ଼ି ସମୟ । ଆଜି ଭୁବନେଶ୍ୱରରେ ତାପମାତ୍ରା ୪୩.୨ ଡିଗ୍ରୀ ପାର କରିଛି। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏହି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ…