ଜନ୍ମଦିନର ଡ଼ାକ
ଜନ୍ମଦିନର ଡ଼ାକ
ପ୍ରତିଭା ଶତପଥୀ
ଜନ୍ମଦିନରେ ମୋର, ଡାକିଦେଲା କିଏ
ବୋଉର ଡ଼ାକପରି ଶୁଭିଗଲା ତ
ସେ ଯେ କେବେ ଠୁଁ ନାହିଁ...
ଏମିତି ଗୋଟିଏ ମଗୁଶୀର ଭୋର
ମତେ ଜନ୍ମକଲା
ଝର୍କା ସେପଟୁ, ଫୁଲବୁଦାମାନଙ୍କୁ
ଅନେଇଁ ଥିଲା ଯନ୍ତ୍ରଣାକାତର,
ତା’ ପରେ ମନମରା ହୋଇ ପାଳିଲା-
ଆଜୀବନ ଗୋଟିଏ…