Latest Odisha News

BREAKING NEWS

ଜନ୍ମଦିନର ଡ଼ାକ

ଜନ୍ମଦିନର ଡ଼ାକ

ପ୍ରତିଭା ଶତପଥୀ

ଜନ୍ମଦିନରେ ମୋର, ଡାକିଦେଲା କିଏ
ବୋଉର ଡ଼ାକପରି ଶୁଭିଗଲା ତ
ସେ ଯେ କେବେ ଠୁଁ ନାହିଁ…
ଏମିତି ଗୋଟିଏ ମଗୁଶୀର ଭୋର
ମତେ ଜନ୍ମକଲା
ଝର୍କା ସେପଟୁ, ଫୁଲବୁଦାମାନଙ୍କୁ
ଅନେଇଁ ଥିଲା ଯନ୍ତ୍ରଣାକାତର,
ତା’ ପରେ ମନମରା ହୋଇ ପାଳିଲା-

ଆଜୀବନ ଗୋଟିଏ ଭଂଗାଡ଼େଣାକୁ ବୋହି
ଉଡ଼ିଲା-ରୋଗ ଭୋଗିଲା
ଘର, ବାହାର, ମନ୍ଦିର, ପୂଜାଘର
ନୈଶ ବିଦ୍ୟାଳୟ ପାଠ ଶିଖାଇଲା,
ସାଇ ପଡ଼ିଶାଙ୍କ ସେବାକଲା-
ଗାଈ ଦୁହିଁଲା-ପେଇଲା ମତେ ।

ତା’ ଯନ୍ତ୍ରଣାକୁ ମୁଁ ବା ଦେଖିଲି କେବେ
ବୁଝିଲି, ଭୋଗିଲି ଟିକେ ଟିକେ-
ଆଜି ମୁଁ ବି ଉଡୁଚି / ଭଂଗାଡ଼େଣାକୁ ବୋହି-
ସମୟ ତ ଅଟକେ ନାହିଁ,
ବୋଉକୁ ଖୋଜିଲେ ମିଳେ ନାହିଁ-
ପାଖରେ ଥାଏ, ପୁଣି ନଥାଏ
ଦିଶୁଥାଏ ତ, ଚିହ୍ନବର୍ଣ୍ଣ ନଥାଏ ପୁଣି
ଆଜି ଗୋଟେ ଦିନରେ
ସେ ମୋତେ
କୋଉଠୁ ଡାକି ଦେଲା କେଜାଣି !
————————–
ଭୁବନେଶ୍ୱର

Leave A Reply

Your email address will not be published.