Latest Odisha News

BREAKING NEWS

କଟକରେ ଲେଜର୍‌ ଲାଇଟ୍‌ ବ୍ୟାନ୍‌

କଟକ: ବ୍ୟାନ ହେଲା ଲେଜର୍‌ ଲାଇଟ୍‌। କଟକରେ ଲେଜର ଲାଇଟ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କଲେ ହାଇକୋର୍ଟ। ଆଜି ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି ବେଳେ କଟକରେ ଲେଜର୍‌ ଲାଇଟ୍‌ କଟକଣାକୁ କଡ଼ାକଡ଼ି ଲାଗୁ କରିବା ପାଇଁ ହାଇକୋର୍ଟ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଡିଜେ ବ୍ୟବହାର ଓ ୬୫ ଡେସିବଲ କଟକଣାକୁ ମଧ୍ୟ କଡ଼ାକଡ଼ି ଲାଗୁ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାତି ୧୦ଟା ପରେ ଯେପରି କୌଣସି ବାଜା ବାଜିବ ନାହିଁ, ବାଣ ଫୁଟିବ ନାହିଁ ଏବଂ ରୋଷଣୀ ନ ହେବ ସେଦିଗରେ ପୋଲିସ ତୀକ୍ଷ୍ଣ ନଜର ରଖିବ । ଯଦି କୌଣସି ଜାଗାରେ ଏସବୁର ଉଲ୍ଲଘଂନ ହେଉଥିବ, ତେବେ ପୁଲିସ୍‌ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଶୁଣାଣି ସମୟରେ କଟକ ଡିସିପି ଭିଡିଓ କନଫରେନସିଂ ଜରିଆରେ କୋର୍ଟରେ ଉପସ୍ଥିତ ରହି ନିଜର ପକ୍ଷ ରଖିଛନ୍ତି ।

Comments are closed.