Latest Odisha News

BREAKING NEWS

ଅପମାନ ଅଭିଯୋଗ, ଡ୍ରାଇଭର ମହାସଂଘକୁ ବିରୋଧ କରି ଆଜି ଆନ୍ଦୋଳନ କରିବ ଅଟୋ ଚାଳକ ସଂଘ

ଭୁବନେଶ୍ୱର: ସ୍ମାର୍ଟସିଟି ଅନଲାଇଇନ୍ ଅଟୋ ସଙ୍ଘ ପକ୍ଷରୁ ବୁଧବାର ଆନ୍ଦୋଳନରତ ବସ୍ ଚାଳକଙ୍କ ଦ୍ୱାରା ଅପମାନର ପ୍ରତିବାଦରେ ଗୁରୁବାର ଧର୍ମଘଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଧର୍ମଘଟରେ ସାମିଲ ହେବା ପାଇଁ ଗୁରୁବାର ପ୍ରାୟ ୧୦ ହଜାର ଅଟୋ ରିକ୍ସା ଓ ଟ୍ୟାକ୍ସି ଚାଳକ ରାସ୍ତା ବନ୍ଦ ରଖିବେ ବୋଲି ସୂଚନା ରହିଛି।

ଗୁରୁବାର ପୋଲିସ ଡିଜିଙ୍କୁ ଅନଲାଇନ୍ ଅଟୋ ଚାଳକ ସଂଘ ଭେଟିବେ। ମିଳିତ ମହାସଂଘର ଡ୍ରାଇଭର ଅପମାନ କରିଥିବା ନେଇ ଅଭିଯୋଗ କରିବା ସହିତ ଏପରି କରିବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଛି ସଂଘ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କ ନିକଟରେ ଦାବି କରିବ ସଂଘ। ନହେଲେ ୧୦ ହଜାରରୁ ଉର୍ଦ୍ଧ ଚାଳକ ଧାରଣା ଦେବ ନେଇ ଚେତାବନୀ ଦିଆଯାଇଥିବା ଅଟୋ ସଂଘର ସଭାପତି ଦୀନବନ୍ଧୁ ନାୟକ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ବସ ଚାଳକଙ୍କ ଧର୍ମଘଟରେ ଅଟୋ ଚାଳକମାନେ ସାମିଲ ହୋଇ ନଥିଲେ। ଆଉ  ସେମାନଙ୍କ ମଧ୍ୟରୁ କେତେକଙ୍କୁ ବସ୍ ଚାଳକମାନେ ଅଟୋ ଡ୍ରାଇଭରଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ସେମାନେ ସେମାନଙ୍କ ହାତରେ ଏକ ପ୍ଲାକାର୍ଡ଼ ଧରାଇଛନ୍ତି, ଯେଉଁଥିରେ ଅପମାନଜନକ ଶବ୍ଦ ଲେଖା ରହିଛି। ଅଟୋଚାଳକଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ରହିଛି।

ପେନସନ, ବୀମା, ମୃତ୍ୟୁକାଳୀନ ସୁବିଧା ସମେତ ବିଭିନ୍ନ ଦାବି ପୂରଣ ଦାବିରେ ବୁଧବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟରେ ସାମିଲ ହୋଇଛନ୍ତି ରାଜ୍ୟର ୫ ଲକ୍ଷରୁ ଅଧିକ ଡ୍ରାଇଭର।

ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବସ ଡ୍ରାଇଭରମାନେ ଆନ୍ଦୋଳନକରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ଜାତୀୟ ରାଜପଥ ଉପରେ ବସି ଦାବି ପୂରଣ ନେଇ ନାରାବାଜି କରୁଥିବା ଦେଖିବାକୁ ମିଳିଛି।

ତେବେ ଭୁବନେଶ୍ୱରକୁ ସଂଯୋଗ କରୁଥିବା ରାସ୍ତାକୁ ପିକେଟିଂ କରିଥିବା ଆନ୍ଦୋଳନକାରୀ ଡ୍ରାଇଭରମାନେ ଧର୍ମଘଟରେ ସାମିଲ ନଥିବା ଅଟୋ ଓ ଟ୍ୟାକ୍ସି ଚାଳକଙ୍କୁ ଠେଲାପେଲା କରିଥିବା ଅଭିଯୋଗ ହୋଇଛି।

 

Leave A Reply

Your email address will not be published.