Latest Odisha News

BREAKING NEWS

ଜନଜାତି କଳାବସ୍ତୁ ପ୍ରଦର୍ଶନୀର ହାତ ତିଆରି ସାମଗ୍ରୀରେ ପରମ୍ପରା ଓ ପ୍ରଗତିର ଝଲକ

ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀରେ କଳାବସ୍ତୁ ତିଆରି ଅତି ସୁନ୍ଦର କଳାବସ୍ତୁ ବିକ୍ରୟ ହେଉଛି । ଯାହାର ନିର୍ମାଣ ଶୈଳୀ ଖୁବ୍‌ ସରଳ କିନ୍ତୁ ଅତ୍ୟନ୍ତ ଆକର୍ଷଣୀୟ ।

ଏହି ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀରେ ବିଭିନ୍ନ ରାଜ୍ୟରୁ ଆସିଥିବା ଜନଜାତିଙ୍କ ହାତତିଆରି ସାମଗ୍ରୀ ସ୍ୱଳ୍ପ ମୂଲ୍ୟରେ ମିଳିବା ସହ ତା ମଧ୍ୟରେ ପରମ୍ପରା ଓ ପ୍ରଗତିର ସୁନ୍ଦର ଝଲକ ଦେଖିବାକୁ ମିଳୁଛି । ଏହି ପ୍ରଦର୍ଶନୀରେ ମିଳୁଥିବା ସମସ୍ତ କଳାବସ୍ତୁ ସାମଗ୍ରୀର ସମସ୍ତ ଷ୍ଟଲ ସେଇ ରାଜ୍ୟର ପାରମ୍ପରିକ ସଂସ୍କୃତିକୁ ଦର୍ଶାଉଅଛି ଏବଂ ଦକ୍ଷତା ବିକାଶ ପାଇଁ ଜନଜାତି କଳାକାରଙ୍କୁ ସ୍ୱାବଲମ୍ବୀ ହେବାର ମାର୍ଗ ପ୍ରଦର୍ଶନକରୁଛି ।

 

 

Leave A Reply

Your email address will not be published.