Latest Odisha News

ସୁଧାକର ନନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ ଉନ୍ମୋଚିତ

ଭଦ୍ରକ : ବିଶିଷ୍ଟ ରାଜନେତା ତଥା ସାହିତ୍ୟିକ ସୁଧାକର ନନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ ‘ସମୟ କଷଟିରେ ମୋ ଜୀବନ ‘ ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଉନ୍ମୋଚିତ ହୋଇଯାଇଛି।

ଏହି ଅବସରରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ବରେଣ୍ୟ ଅତିଥି ଭାବରେ ଯୋଗ ଦେଇ ଶ୍ରୀ ନନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ ଉପରେ ଆଲୋକପାତ କରିବା ସହ ଉକ୍ତ ପୁସ୍ତକରେ ଅନେକ କଥା ଶିଖିବାର ଅଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ସମାରୋହରେ ଚଳଚ୍ଚିତ୍ର ଅଭିନେତା ପ୍ରଶାନ୍ତ ନନ୍ଦ , ସାହିତ୍ୟିକ ଦାଶ ବେନହୁର , ଅକ୍ଷୟ ପାଢ଼ୀ ଓ ଚିନ୍ମୟୀ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.