Latest Odisha News

ବିଦ୍ୟୁତ୍ ଦର ବୃଦ୍ଧିକୁ ବିରୋଧ କରି ପୁରୀ କଂଗ୍ରେସର ପ୍ରତିବାଦ

ପୁରୀ: ବର୍ଦ୍ଧିତ ବିଦ୍ୟୁଦ୍ ଦରକୁ ବିରୋଧ । ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ନିଷ୍ପତ୍ତି କ୍ରମେ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ବର୍ଦ୍ଧିତ ବିଦ୍ୟୁତ୍ ଦରକୁ ବିରୋଧ କରାଯାଇଛି । ଦଳ ପକ୍ଷରୁ ସ୍ଥାନୀୟ ରେଡକ୍ରସ୍ ରୋଡ୍ ସ୍ଥିତ ଟାଟା ପାୱାର କର୍ପୋରେସନ ଲିମିଟେଡ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି ।

ବାତ୍ୟା ଫନି ଓ କରୋନା ମହାମାରୀ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ଏଭଳି ସ୍ଥିତିରେ ୟୁନିଟ୍ ପିଛା ବିଦ୍ୟୁତ୍ ଦର ବୃଦ୍ଧି ଲୋକଙ୍କ ଉପରେ ବେଡ଼ି ଉପରେ କରୋଡ଼ା ମାଡ଼ ସଦୃଶ ହୋଇଛି । ତୁରନ୍ତ ବର୍ଦ୍ଧିତ ବିଦ୍ୟୁତ୍ ଦର ପ୍ରତ୍ୟାହାର ନହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ବ୍ୟାପକ ଆନ୍ଦୋଳନ କରିବ ବୋଲି କହିଛି ।

Leave A Reply

Your email address will not be published.