Latest Odisha News

BREAKING NEWS

୩୫୦୦ କୋଟି ଅତିକ୍ରମ କଲା ଅବତାର ୨ର ବ୍ୟବସାୟ

ମୁମ୍ବାଇ: ଜେମ୍ସ କାମେରୁନଙ୍କ ଅବତାର ଦ ୱେ ଅଫ ୱାଟର ସାରା ବିଶ୍ୱରେ ଝଡ ସୃଷ୍ଟି କରିଛି । ଦର୍ଶକଙ୍କ ଏହି ଫିଲ୍ମ ପ୍ରତି ଏତେ ମାତ୍ରାରେ ଉତ୍କଣ୍ଠା ରହିଛି ଯେ, ରିଲିଜର ୩ ଦିନ ମଧ୍ୟରେ ସାରା ବିଶ୍ୱରେ ୩୫୦୦ କୋଟିରୁ ଅଧିକ ବ୍ୟବସାୟ କରିସାରିଛି । ଭାରତରେ ମଧ୍ୟ ଏହା ବକ୍ସ ଅଫିସ ରେକର୍ଡ କରିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଏହା ୧୫୦ କୋଟି ଊର୍ଦ୍ଧ୍ୱ ଆୟ କରିସାରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଏବେ ସ୍ପାଇଡର ମ୍ୟାନ-ନୋ ୱେ ହୋମକୁ ମଧ୍ୟ ଏହା ପଛରେ ପକାଇ ଦେଇଛି । ଚମତ୍କାର ଭିଏଫଏକ୍ସ ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର ଯୋଗୁ ଫିଲ୍ମ ଦେଖିବା ବେଳେ ଦର୍ଶକ ଏକ ଅନ୍ୟ ଦୁନିଆକୁ ଯିବା ଭଳି ଅନୁଭବ କରୁଛନ୍ତି । ସାରା ବିଶ୍ୱରେ ଏହା ୫୨ ହଜାର ଫିଲ୍ମ ହଲରେ ରିଲିଜ ହୋଇଛି ।

କାମେରୁନ ଦ୍ୱିତୀୟ ପାର୍ଟର ଆକର୍ଷଣୀୟ ବ୍ୟବସାୟ ଯୋଗୁ ଏହାର ପରବର୍ତୀ ପାର୍ଟଗୁଡିକ ପାଇଁ ଶୀଘ୍ର କାମ ଆରମ୍ଭ କରିବେ ବୋଲି କହିଛନ୍ତି । ୨୦୦୯ରେ ଅବତାର ରିଲିଜ ହୋଇ ଝଡ ସୃଷ୍ଟି କରିଥିଲା । ଏହାର ୧୩ ବର୍ଷ ପରେ ଦ୍ୱିତୀୟ ଭାଗ ରିଲିଜ ହୋଇଛି । ଭାରତରେ ଏହା ବକ୍ସ ଅଫିସରେ ନୂତନ ରେକର୍ଡ କରିବ ବୋଲି ସମୀକ୍ଷକମାନେ କହିଛନ୍ତି ।

Leave A Reply

Your email address will not be published.