Latest Odisha News

BREAKING NEWS

ଅବତାର ୨ର କଲେକ୍ସନ ୫୦୦୦ କୋଟି ଛୁଇଁଲା

ମୁମ୍ବାଇ: ଜେମ୍ସ କାମେରୁନଙ୍କ ଅବତାର ୨ ସାରା ବିଶ୍ୱରେ ଧମାକାଦାର ବିଜିନେସ କରୁଛି । ରିପୋର୍ଟ ମୁତାବକ ଏବେ ଏହା ୬୦୦ ମିଲିୟନ ଡଲାର ତଥା ୫୦୦୦କୋଟି ଟଙ୍କାର ବ୍ୟବସାୟ କରିସାରିଛି । ଭାରତରେ ମଧ୍ୟ ଅବତାର ୨ର ବକ୍ସ ଅଫିସ କଲେକ୍ସନ ୨୦୦ କୋଟି ଛୁଇଁଛି । ଏଥିସହ ପ୍ରଥମ ସପ୍ତାହରେ ଭାରତରେ ୨ୟ ସର୍ବାଧିକ ଆୟ କରିଥିବା ହଲିଉଡ ଫିଲ୍ମ ସାଜିଛି । ଏଭେଞ୍ଜର୍ସ ଏଣ୍ଡଗେମ ୨୬୦ କୋଟି ଟଙ୍କା ଆୟ କରି ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି । ବିଶ୍ୱ ମାର୍କେଟରେ ଆଭେଞ୍ଜର୍ସ ଇନଫିନିଟି ୱାର, ସ୍ପାଇଡରମ୍ୟାନ ନୋ ୱେ ହୋମ, ଡ.ଷ୍ଟ୍ରେଂଜ ଇନ ଦି ମଲ୍ଟିୱର୍ସ ଅଫ ମ୍ୟାଡନେସ ପରି ଫିଲ୍ମର ପ୍ରଥମ ସପ୍ତାହ ବ୍ୟବସାୟକୁ ଅବତାର ୨ ପଛରେ ପକାଇ ଦେଇଛି ।

ସମସ୍ତ ବର୍ଗଙ୍କୁ ଏହି ଫିଲ୍ମ ପସନ୍ଦ ଆସୁଥିବାରୁ ଆଗାମୀ ଦିନରେ ଆହୁରି ଅନେକ କୀର୍ତିମାନ କରିବ ବୋଲି ଆଶା ବ୍ୟକ୍ତ କରାଯାଉଛି । ୨୦୦୯ରେ ରିଲିଜ ହୋଇଥିବା ଏହାର ପ୍ରଥମ ପାର୍ଟ ଓଭରାଲ ୧୯ ହଜାର କୋଟି ଟଙ୍କା ଆୟ କରିଥିଲା ।

Leave A Reply

Your email address will not be published.