Latest Odisha News

BREAKING NEWS

୪୭୯୦ କନେଷ୍ଟବଳ ପଦବୀ ପୂରଣ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ପୋଲିସ ଚାକିରୀ ଆଶାୟୀଙ୍କ ପାଇଁ ଆସିଲା ଖୁସି ଖବର ।  ଖୁବ୍‌ ଶୀଘ୍ର ପୋଲିସ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ହେବ । ଏନେଇ ମୁଖ୍ୟମନ୍ତ୍ରୀ ନୋଟିସ୍‌ ଜାରି କରିଛନ୍ତି ।

ଓଡିଶା ପୋଲିସରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ୪ଟି ପର୍ଯ୍ୟାୟରେ ଏହି ପଦବୀଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି ।  ତେବେ ଖାଲିଥିବା  ଥିବା  ଏ  ସମସ୍ତ  ପଦବୀ  ପୂରଣ ପାଇଁ  ପ୍ରକ୍ରିୟା  ଖୁବ୍  ଶୀଘ୍ର ଆରମ୍ଭ  କରାଯିବ  ।

ରାଜ୍ୟର ୩୪ଟି ପୋଲିସ ଜିଲ୍ଲା ତଥା କମିଶନରେଟ୍‌ ପୋଲିସରେ ସେମାନଙ୍କୁ ନିଯୁକ୍ତି ଦିଆଯିବ । ଏହାଦ୍ବାରା ବିଭିନ୍ନ ଜିଲ୍ଲା ତଥା ଥାନା ମାନଙ୍କରେ ଖାଲି ଥିବା କନେଷ୍ଟବଳ ପଦବୀ ପୂରଣ ହୋଇପାରିବ ଏବଂ ଆଇନ ଶୃଙ୍ଖଳା ରକ୍ଷା ଦିଗରେ ପୋଲିସର ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇବ । ସରକାରୀ  ସ୍ତରରେ   ଏତେ ସଂଖ୍ୟକ ନିଯୁକ୍ତି   ପିଲା  ମାନଙ୍କ  ପାଇଁ  ସୁଯୋଗ  ସୃଷ୍ଟି  କରିବ ବୋଲି  ଆଶା  କରାଯାଉଛି ।

Leave A Reply

Your email address will not be published.