ନୂଆଦିଲ୍ଲୀ: ଜେମ୍ସ କ୍ୟାମେରନଙ୍କ “ଅବତାର” ଏହାର ତୃତୀୟ ଫ୍ରାଞ୍ଚାଇଜ “ଅବତାର: ଫାୟାର ଆଣ୍ଡ୍ ଆସ୍” ସହିତ ଭାରତରେ ଏଣ୍ଟ୍ରି କରିଛି।
“ଅବତାର: ଫାୟାର ଆଣ୍ଡ୍ ଆସ୍” ଡିସେମ୍ବର ୧୯ ତାରିଖରେ ଭାରତରେ ବଡ଼ ପରଦାରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି କେବଳ ରିଲିଜ୍ ହେବା ପରେ ବିପୁଳ ଲାଭ କରିଥିଲା। “ଅବତାର: ଫାୟାର ଆଣ୍ଡ୍ ଆସ୍” ପାଇଁ କ୍ରେଜ୍ ଏତେ ପ୍ରବଳ ଯେ ଏହା ଚଳଚ୍ଚିତ୍ର ଦମଦାର ଓପନିଂ କରିଥିଲା। ଏହାର ଓପନିଂ ରୋଜଗାର ଶ୍ରେଷ୍ଠ ବଲିଉଡ୍ ଫିଲ୍ମଗୁଡ଼ିକୁ ମଧ୍ୟ ଚକିତ କରିଦେଇଥିଲା।
ସାକନିଲ୍କର ଏକ ରିପୋର୍ଟ ଅନୁଯାୟୀ, “ଅବତାର: ଫାୟାର ଆଣ୍ଡ୍ ଆସ୍” ବକ୍ସ ଅଫିସରେ ୨୦ କୋଟି ସହିତ ଖାତା ଖୋଲିଛି। ତେବେ “ଧୁରନ୍ଧର”ର କ୍ରେଜ୍ ମଧ୍ୟରେ “ଅବତାର: ଫାୟାର ଆଣ୍ଡ୍ ଆସେସ୍”ର ରୋଜଗାର ଖୁବ୍ ଜମୁଛି। ଏହା ବ୍ୟତୀତ ଥିଏଟର ଗୁଡ଼ିକରେ ଏହାର ଇଂରାଜୀ ଭାଷାର ଅକୁପାନ୍ସି ୬୯.୬୮ ପ୍ରତିଶତ ରେକର୍ଡ କରାଯାଇଥିଲା। ହିନ୍ଦୀରେ ଅକୁପାନ୍ସି ୬୬.୧ ପ୍ରତିଶତ ଥିଲା। “ଅବତାର: ଫାୟାର ଆଣ୍ଡ ଆସେସ୍” “ଧୁରନ୍ଧର” କୁ କଡ଼ା ପ୍ରତିଯୋଗିତା ଦେଇଥିଲା। କିନ୍ତୁ ଏହି ସିନେମାଟି ଏହାର ପୂର୍ବ ଫ୍ରାଞ୍ଚାଇଜ୍ “ଅବତାର: ଦି ୱେ ଅଫ୍ ୱାଟର” ର ରେକର୍ଡ ଭାଙ୍ଗିପାରିଲା ନାହିଁ। ଯାହା ଭାରତରେ ୪୮ କୋଟି ସହିତ ବ୍ଲକବଷ୍ଟର ଓପନିଂ କରିଥିଲା।
ତେବେ ଫିଲ୍ମଟି ମାତ୍ର ଦୁଇ ଦିନରେ ଅନ୍ତର୍ଜାତୀୟ ବକ୍ସ ଅଫିସରେ ପ୍ରାୟ ୪୩.୧ ମିଲିୟନ ଆୟ କରିଛି। କେବଳ ଯୁକ୍ତରାଷ୍ଟ୍ରରେ ଜେମ୍ସ କାମେରୁନଙ୍କ ନିର୍ଦ୍ଦେଶିତ ଏହିଫିଲ୍ମଟି ୩୭ ମିଲିୟନ ଟଙ୍କା ଅତିକ୍ରମ କରିଛି। ଏବେ “ଧୁରନ୍ଧର”ର କ୍ରେଜ୍ ମଧ୍ୟରେ “ଅବତାର: ଫାୟାର ଆଣ୍ଡ ଆସେସ୍” ଭାରତରେ ମୋଟ୍ କେତେ ରୋଜଗାର କରିପାରିବ ତାହା ଦେଖିବାକୁ ବାକି ରହିଲା।