ଶ୍ରୀନଗର: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରପୁ ଶ୍ରୀନଗର ବିମାନବନ୍ଦରର ସୁବିଧା ସମୀକ୍ଷା କରିଛନ୍ତି । ସହର ପରିଦର୍ଶନ ମଧ୍ୟ କରିଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ପରେ ପ୍ରଥମ ଥର ପାଇଁ ମନ୍ତ୍ରୀ ରାମ ମୋହନ ଶ୍ରୀନଗର ଏବଂ ଜମ୍ମୁ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଥିଲେ। ସୁରକ୍ଷାକୁ ନଜରରେ ରଖି ଜମ୍ମୁ -କାଶ୍ମୀରର ବିମାନବନ୍ଦରକୁ ବେସାମରିକ ବିମାନ ଉଡ଼ାଣ ପାଇଁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଥିଲା ଏବଂ ଏହି ସପ୍ତାହରେ ବେସାମରିକ ବିମାନ ଉଡ଼ାଣ ପାଇଁ ପୁନଃ ଖୋଲାଯାଇଛି।
ମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ରାମ ମୋହନ ନାଇଡୁ ସକାଳେ ଶ୍ରୀନଗର ବିମାନବନ୍ଦରରେ ପହଞ୍ଚିଥିଲେ ଏବଂ ସୁରକ୍ଷା ଏଜେନ୍ସି ଏବଂ ସମ୍ପୃକ୍ତ ଷ୍ଟାଫଙ୍କ ସହିତ ବ୍ୟାପକ ଆଲୋଚନା କରିଥିଲେ। ସେ ଶ୍ରୀନଗର ବିମାନବନ୍ଦରରେ ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମିର ବିକାଶର ସମୀକ୍ଷା ମଧ୍ୟ କରିଥିଲେ ଏବଂ ପରେ ଜମ୍ମୁ ବିମାନବନ୍ଦର ପରିଦର୍ଶନ କରିଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ ମନ୍ତ୍ରୀ ଉଭୟ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ଏହା ବ୍ୟତୀତ ନାଇଡୁ ଶ୍ରୀନଗରର ଲାଲ ଚୌକ ପରିଦର୍ଶନ କରିଥିଲେ।ଏବେ ସମସ୍ତ ବିମାନ ଚଳାଚଳ ପୁନର୍ବାର ଆରମ୍ଭ ହୋଇଛି ।
#WATCH | J&K: Civil Aviation Minister Ram Mohan Naidu Kinjarapu reviews the facilities at the Srinagar airport and also visits the city
He says, "The flight operations at Srinagar airport have resumed. I met the locals here who voiced that tourism should be encouraged. The… pic.twitter.com/uitCn3lwkI
— ANI (@ANI) May 15, 2025
ମନ୍ତ୍ରୀ କହିଛନ୍ତି ଯେ, ମୁଁ ବିମାନବନ୍ଦର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଭେଟିଥିଲି ଏବଂ ସେମାନଙ୍କୁ ସାହସର ସହିତ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କରିଥିବାରୁ ଉତ୍ସାହିତ କରିଥିଲି।
ଆହୁରି ସେ କହି୍ଛନ୍ତି, ମୁଁ ଏଠାକାର ସ୍ଥାନୀୟ ବାସିନ୍ଦାଙ୍କୁ ଭେଟିଥିଲି,ସେମାନେ କହିଥିଲେ ଯେ ଏଠାରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯିବା ଉଚିତ। ସରକାର ଏ ବିଷୟରେ ସମସ୍ତ ପ୍ରକାରର ପଦକ୍ଷେପ ନେବେ ଏବଂ ଆବଶ୍ୟକୀୟ ନିର୍ଦ୍ଦେଶ ଦେବେ।
While visiting Srinagar today, I took time to walk through Lal Chowk’s Polo View Market and interact with local shopkeepers. I assured them of the government’s strong commitment under PM Shri @narendramodi ji in restoring normalcy and revitalising tourism in the region. The… pic.twitter.com/CoEFXAJHot
— Ram Mohan Naidu Kinjarapu (@RamMNK) May 15, 2025
ଏଥିସହ ସେ କହିଛନ୍ତି, “ଅପରେସନ ସିନ୍ଦୂର ସହିତ, ଆମେ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛୁ ଯେ ଆତଙ୍କବାଦ ପ୍ରତି ଆମର ଶୂନ୍ୟ ସହନଶୀଳତା ଅଛି।”
Comments are closed.