Latest Odisha News

BREAKING NEWS

୫୦୦୦ ମିଟର ଦୌଡରେ ୩୦ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ଅବିନାଶ

ନୂଆଦିଲ୍ଲୀ: ଆମେରିକାର କାଲିଫୋର୍ଣ୍ଣିଆରେ ଆୟୋଜିତ ଏକ ପ୍ରତିଯୋଗିତାର ୫୦୦୦ ମିଟର ଦୌଡରେ ଭାରତର ଅବିନାଶ ସାୱଲେ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ୩୦ ବର୍ଷ ତଳେ ବାହାଦୂର ପ୍ରସାଦ(୧୩:୨୯.୭୦ ସେକେଣ୍ଡ)ଙ୍କ ନାମରେ ଏହି ରେକର୍ଡ ରହିଥିଲା । ୩୦୦୦ ମିଟର ଷ୍ଟିପଲଚେଜରେ ଜାତୀୟ ରେକର୍ଡଧାରୀ ଅବିନାଶ ୧୩:୨୫.୬୫ ମିନିଟରେ ଏହି ରେସ ସମ୍ପୂର୍ଣ୍ଣ କରିଥିଲେ । ଅବଶ୍ୟ ଏହି ପ୍ରତିଯୋଗିତାରେ ସେ ୧୨ତମ ସ୍ଥାନରେ ରହିଥିଲେ । ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନରୱେର ଜ୍ୟାକବ ୧୩ ମିନଟ ୨ ସେକେଣ୍ଡରେ ସମୟ ନେଇ ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ମହାରାଷ୍ଟ୍ରର ବିଡେ ଜିଲା ବାସିନ୍ଦା ଅବିନାଶ ସେନାରେ କାର୍ଯ୍ୟରତ । ୨୭ ବର୍ଷୀୟ ଏହି ଆଥଲେଟ ନିଜ ରେକର୍ଡ ନିଜେ ବାରମ୍ବାର ଭାଙ୍ଗିବାରେ ଲାଗିଛନ୍ତ ।

ଭାରତୀୟ ଗ୍ରାଁପ୍ରିରେ ୩୦୦୦ ମିଟର ଷ୍ଟିପଲଚେଜରେ ସେ ୭ମ ଥର ପାଇଁ ନିଜ ରେକର୍ଡ ଭାଙ୍ଗିଥିଲେ । ଜୁଲାଇ ୧୫ରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ ପାଇଁ ସେ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ସେ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ ମଧ୍ୟ ୭ମ ସ୍ଥାନରେ ରହିବା ଯୋଗୁ ଫାଇନାଲରେ ପ୍ରବେଶ କରିପାରି ନ ଥିଲେ ।

Leave A Reply

Your email address will not be published.