Latest Odisha News

ତାସ୍‌ ଓ ପଶା ଖେଳରୁ ଦୂରେଇ ରହନ୍ତୁ, କରୋନା ବ୍ୟାପି ପାରେ :ବାଗ୍‌ଚୀ

ଭୁବନେଶ୍ୱର : ଲକ୍ ଡାଉନ ବେଳେ ଗ୍ରାମାଞ୍ଚଳରେ ଅନେକ ଲୋକ ଏକାଠି ହୋଇ ତାସ୍‌ ଓ ପଶା ଖେଳୁଥିବା ଦେଖିବାକୁ ମିଳୁଛି । ତେବେ ଏଥି ନେଇ ଆଜି ସତର୍କ କରାଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା ମୁଖପାତ୍ର ସୁବ୍ରତ ବାଗ୍‌ଚୀ ।

କରୋନା ବ୍ୟାପିବାର ଅଧିକ ଆଶଙ୍କା ଥିବାରୁ ଲୋକଙ୍କୁ ତାସ୍‌ ଓ ପଶା ଖେଳଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଜଣେ କାଶିଲେ ମୁହଁରୁ ବାହାରୁଥିବା କଣିକା ପ୍ରାୟ ୧୯ ଫୁଟ୍ ପର୍ଯ୍ୟନ୍ତ ଯାଉଥିବା ବେଳେ ଛିଙ୍କ ହେଲେ ଏହି କଣିକା ୨୯ ଫୁଟ୍ ଯାଏଁ ଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.