Latest Odisha News

BREAKING NEWS

ଭୁଲରେ ବି ଗୁଗୁଲରେ ସର୍ଚ୍ଚ କରନ୍ତୁନାହିଁ ଏହି ସବୁ ଜିନିଷ, ନଚେତ ଭୋଗିପାରନ୍ତି ଜେଲ ଦଣ୍ଡାଦେଶ

ଭୁବନେଶ୍ଵର: ଆଧୁନିକତାର ଏହି ଯୁଗରେ ପ୍ରାୟ ସବୁକିଛି ଇଣ୍ଟରନେଟରେ ଉପଲବ୍ଧ | ଗୁଗୁଲ୍ ହେଉଛି ସମଗ୍ର ବିଶ୍ୱରେ ସର୍ବାଧିକ ବ୍ୟବହୃତ ସର୍ଚ୍ଚ ଇଞ୍ଜିନ୍ । ଗୁଗୁଲରେ ସର୍ଚ୍ଚ କରିବା ପରେ ମଧ୍ୟ କିଛି ତଥ୍ୟର ସତ୍ୟତା ଆମକୁ ନିଜେ ହିଁ ଯାଞ୍ଚ କରିବାକୁ ପଡିଥାଏ । ତେବେ ଗୁଗୁଲ୍ କିଛି ସର୍ଚ୍ଚ କରିବା ପୂର୍ବରୁ ଆମକୁ ପ୍ରଥମେ କିଛି ଜିନିଷ ଉପରେ ଅବଗତ ହେବା ଉଚିତ । ଯେପରିକି ଗୁଗୁଲରେ କେଉଁ ଜିନିଷ ସର୍ଚ୍ଚ କରିବା ଉଚିତ ଏବଂ କେଉଁ ଜିନିଷ ନୁହେଁ । ଗୁଗୁଲରେ ସର୍ଚ୍ଚ କରିବାବେଳେ ସାମାନ୍ୟତମ ଅସାବଧାନତା ଆପଣଙ୍କୁ ଜେଲ ପର୍ଯ୍ୟନ୍ତ ପହଞ୍ଚାଇ ଦେଇପାରେ । ତେବେ ଆସନ୍ତୁ ଜାଣିବା ଗୁଗୁଲରେ କେଉଁ ଜିନିଷ ସର୍ଚ୍ଚ କରିବା ଉଚିତ ନୁହେଁ।

ପାୟରେଟେଡ ଫିଲ୍ମ

କେତେକ ଲୋକ ମାଗଣା ଚଳଚ୍ଚିତ୍ର କିମ୍ବା ୱେବ୍ ସିରିଜ୍ ଦେଖିବା ପାଇଁ ଗୁଗୁଲରେ ସର୍ଚ୍ଚ କରନ୍ତି । କିନ୍ତୁ ଯଦି ଆପଣ ନୂତନ ଫିଲ୍ମକୁ ପାୟରେଟେଡ କରୁଛନ୍ତି କିମ୍ବା ଗୁଗୁଲରେ ସର୍ଚ୍ଚ କରନ୍ତି, ତେବେ ଏହା ଅପରାଧ ଶ୍ରେଣୀରେ ଆସିଥାଏ । ଏଥିପାଇଁ ଆପଣଙ୍କୁ ଅତି କମରେ ତିନି ବର୍ଷ ଜେଲ ଯାଇପାରେ । ଏହା ବ୍ୟତୀତ ଆପଣଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲଗାଯାଇପାରିବ।

ଚାଇଲ୍ଡ ପର୍ଣ୍ଣ କିମ୍ବା ଶିଶୁ ଅପରାଧିକ ଘଟଣା

ଗୁଗୁଲ୍ ଚାଇଲ୍ଡ ପର୍ଣ୍ଣ ବା ଶିଶୁଙ୍କ ସହ ଜଡିତ ଅଶ୍ଳୀଳ କଣ୍ଟେଣ୍ଟକୁ ପ୍ରୋତ୍ସାହିତ କରେ ନାହିଁ । ଯଦି ଆପଣ ଗୁଗୁଲରେ ଏହି ସମ୍ବନ୍ଧୀୟ କୌଣସି ତଥ୍ୟ ସର୍ଚ୍ଚ କରୁଛନ୍ତି ତେବେ POCSO ଆକ୍ଟ ୨୦୧୨ର ଧାରା ୧୪ ଅନୁଯାୟୀ ଆପଣଙ୍କୁ ୫-୭ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ ।

ବୋମା କିମ୍ବା ମାରଣାସ୍ତ୍ର ତିଆରି କରିବାର ପଦ୍ଧତି

ଯଦି ଗୁଗୁଲରେ ଆପଣ ବୋମା କିମ୍ବା ମାରଣାସ୍ତ୍ର ତିଆରି କରିବାର ପଦ୍ଧତି ସର୍ଚ୍ଚ କରନ୍ତି ତେବେ ଆପଣ ପ୍ରଥମେ ସୁରକ୍ଷା ଏଜେନ୍ସିଙ୍କ ନଜରକୁ ଆସିବେ । ଏହି ଅପରାଧରେ ଆପଣଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ । ଏପରିକି ଗୁଗୁଲରେ କିପରି ପ୍ରେସର କୁକର ବୋମା ତିଆରି କରାଯିବ ତାହା ଖୋଜିବା ମଧ୍ୟ ଅପରାଧ ଅଟେ ।

ଗର୍ଭପାତ କରିବାର ପଦ୍ଧତି 

ଗୁଗୁଲରେ କେବେବି ଗର୍ଭପାତ କରିବାର ପଦ୍ଧତି ସର୍ଚ୍ଚ କରିବା ଉଚିତ୍ ନୁହେଁ । କାରଣ ଭାରତରେ ଡାକ୍ତରଙ୍କ ବିନା ଅନୁମତିରେ ଗର୍ଭପାତ କରିବା ବେଆଇନ ଅଟେ । ତେଣୁ ଏହାକୁ ଗୁଗୁଲରେ କେବେବି ସର୍ଚ୍ଚ କରନ୍ତୁ ନାହିଁ । ଗୁଗୁଲରେ କୌଣସି ଅପରାଧିକ କାର୍ଯ୍ୟକଳାପ ବିଷୟରେ ସର୍ଚ୍ଚ କରନ୍ତୁ ନାହିଁ । ଏହା ବ୍ୟତୀତ ବଳାତ୍କାର ପୀଡିତାଙ୍କ ନାମ ଖୋଜିବା ଠାରୁ ମଧ୍ୟ ଦୂରେଇ ରୁହନ୍ତୁ।

 

Comments are closed.