Latest Odisha News

BREAKING NEWS

ପବିତ୍ର ଦୁର୍ଗାପୂଜା ଅବସରରେ ବିଦ୍ୟୁତ୍ ସୁରକ୍ଷାକୁ ନେଇ ସଚେତନତା

ଭୁବନେଶ୍ୱର: ସାରା ରାଜ୍ୟରେ ପବିତ୍ର ଦୁର୍ଗାପୂଜାକୁ ନେଇ ପ୍ରସ୍ତୁତି ପୂର୍ଣ୍ଣ ମାତ୍ରାରେ ଆଗେଇ ଚାଲିଛି ।  ଉତ୍ସବ ଋତୁ ଅବସରରେ ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଟାଟା ପାୱାର୍ ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପ୍ରସ୍ତୁତ ହୋଇ ରହିଛି ଏବଂ ସେହି ସମୟରେ ସୁରକ୍ଷା ଉପରେ ନଜର ରଖି ଟିପିଏନ୍‌ଓଡିଏଲ୍ ପକ୍ଷରୁ ଅସ୍ଥାୟୀ ଢାଂଚା ଓ ପେଣ୍ଡାଲ୍ ତିଆରି କରିବା ସମୟରେ ଗ୍ରହଣ କରାଯିବାକୁ ଥିବା ବିଭିନ୍ନ ବିଦ୍ୟୁତ୍ ସୁରକ୍ଷାକୁ ନେଇ ଗାଇଡ୍‌ଲାଇନ୍ ଜାରି କରାଯାଇଛି ।
କ’ଣ କରିବେ –
୧- ବିଦ୍ୟୁତ୍ ପରିବାହିତ ହେଉଥିବା ତାର, ସବଷ୍ଟେସନ୍ ଓ ଅନ୍ୟାନ୍ୟ ବିଦ୍ୟୁତ୍ ବ୍ୟବସ୍ଥାଠାରୁ ସୁରକ୍ଷିତ ଦୂରତ୍ୱ ବଜାୟ ରଖି କାର୍ଯ୍ୟ କରନ୍ତୁ

BjdElectrycity

୨- ବିଦ୍ୟୁତ୍ ଝଟ୍‌କାରୁ ବିଦୁୃ୍ୟତ୍ ବ୍ୟବସ୍ଥାର ସୁରକ୍ଷା ପାଇଁ ଊପଯୁକ୍ତ ମାନର ଆରସିସିବି ପ୍ରଦାନ କରନ୍ତୁ

୩- ଉପଯୁକ୍ତ ରେଟିଂ ଅନୁସାରେ ଆଉଟ୍‌ଲେଟ୍ ବ୍ୟବହାର କରନ୍ତୁ ଏବଂ ଉପଯୁକ୍ତ ସର୍କିଟ୍ ବ୍ରେକର୍ ବ୍ୟବହାର କରନ୍ତୁ

୪- ତାରରେ କୌଣସି ଯୋଡ଼େଇ ନକରି ତାହାକୁ ବ୍ୟବହାର କରନ୍ତୁ ଏବଂ ଚଲାପଥଠାରୁ ସୁରକ୍ଷିତ ଦୂରତାରେ ତାହାକୁ ବିଛାନ୍ତୁ

୫-ଏକ ଲାଇସେନ୍ସ ପ୍ରାକ୍ତ ବିଦ୍ୟୁତ୍ ଠିକାଦାରଙ୍କ ଜରିଆରେ ବିଦ୍ୟୁତ୍ କାମ ପାଇଁ ପରମିଟ୍‌/ ଲାଇସେନ୍ସ ପାଇଥିବା କେବଳ ସ୍ୱୀକୃତିପ୍ରାପ୍ତ ଲୋକଙ୍କୁ କାମରେ ନିୟୋଜିତ କରନ୍ତୁ

୬-ବିଦ୍ୟୁତ୍ ବ୍ୟବସ୍ଥାରେ କାମ କରିବା ବେଳେ ସୁରକ୍ଷା/ ପ୍ରୋଟେକ୍ଟିଭ୍ ଡିଭାଇସ୍ (ଉପକରଣ) ବ୍ୟବହାର କରନ୍ତୁ

୭-ଅଗ୍ନି ନିର୍ବାପକ ଯନ୍ତ୍ର ଉପଲବ୍ଧ ରଖନ୍ତୁ

୮-କୌଣସି ନିର୍ମାଣ କାର୍ଯ୍ୟ କରିବା ପୂର୍ବରୁ ଡିସ୍‌କମ୍‌, ପୌର ସଂସ୍ଥା ଓ ଅନ୍ୟାନ୍ୟ ବୈଧାନିକ କର୍ତୃପକ୍ଷଙ୍କଠାରୁ ଆବଶ୍ୟକ ଅନୁମତି ହାସଲ କରନ୍ତୁ
କ’ଣ କରିବେନି –
୧- ଓଭରହେଡ୍ ଲାଇନ୍‌ର ପାଖାପାଖି ସ୍ଥାନରେ କୌଣସି ନିର୍ମାଣ କାର୍ଯ୍ୟ କରନ୍ତୁ ନାହିଁ

୨- ବିଦ୍ୟୁତ୍ ଆଉଟ୍‌ଲେଟ୍ ଓ ଆସେସୋରିଜ୍‌କୁ ଓଭରଲୋଡ୍ କରନ୍ତୁ ନାହିଁ

୩- କାମ କରିବା ଲାଗି ଯୋଗ୍ୟତା ନଥିବା ଲୋକଙ୍କୁ ନିୟୋଜିତ କରନ୍ତୁ ନାହିଁ

୪- ଦହନଶୀଳ ପଦାର୍ଥ ପାଖରେ ହାଲୋଜିନ୍ ଲ୍ୟାମ୍ପ୍ ଲଗାନ୍ତୁ ନାହିଁ

୫- ବିଦ୍ୟୁତ୍ ତାର ପାଖରେ କାମ କରିବା ବେଳେ ଧାତବ ଶିଡ଼ି ବ୍ୟବହାର କରନ୍ତୁ ନାହିଁ

୬- ଚଲାପଥ ପାଖାପାଖି ବିଦ୍ୟୁତ୍ ତାର ବିଛାନ୍ତୁ ନାହିଁ

୭- ଓୟାରିଂରେ କୌଣସି ଅସ୍ଥାୟୀ କିମ୍ବା ଖୋଲା ଗଣ୍ଠି (ଜଏଂଟ୍‌) ରଖନ୍ତୁ ନାହିଁ

୮- କାର୍ପେଟ୍ କିମ୍ବା ମ୍ୟାଟ୍ ତଳେ ତାର ବିଛାନ୍ତୁ ନାହିଁ

୯- ଓଦା ଚଟାଣରେ ବିଦ୍ୟୁତ ଉପକରଣ ବ୍ୟବହାର କରନ୍ତୁ ନାହିଁ
ନିଜ କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ସଂସ୍କୃତିର ବିକାଶ କରିବା ଲକ୍ଷ୍ୟ ନେଇ ଟିପିଏନ୍‌ଓଡିଏଲ୍ ପକ୍ଷରୁ ସମସ୍ତ ଗ୍ରାହକ ଓ ଷ୍ଟାଫ୍‌ମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଉଛି ଏବଂ ବିଦ୍ୟୁତ୍ ଦୁର୍ଘଟଣାର ମୁକାବିଲା ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଟିପିଏନ୍‌ଓଡିଏଲ୍ ପକ୍ଷରୁ ଏକ ଟୋଲ ଫ୍ରି ଗ୍ରାହକ ସେବା କେନ୍ଦ୍ର ନମ୍ବର ୧୮୦୦୦ ୩୪୫୬୭୧୮ କିମ୍ବା ୧୯୧୨ ମଧ୍ୟ ଜାରି କରାଯାଇଛି ।

Leave A Reply

Your email address will not be published.