Latest Odisha News

BREAKING NEWS

କେଜ୍ରିଓ୍ୱାଲଙ୍କୁ ଘରକୁ ଡାକିବାକୁ ସଂଘ କହିଥିଲା: ଅଟୋ ଡ୍ରାଇଭର ବିକ୍ରମ ଦନ୍ତାନି

ଅହମଦାବାଦ: ସେପ୍ଚେମ୍ବର 30ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ଅବସରରେ ଶତାଧିକ ଲୋକ ଯୋଗ ଦେଇଥିଲେ। ଯେଉଁଥିରେ ସାମିଲ ହୋଇଥିଲେ ନିକଟରେ ଅଟୋ ଡ୍ରାଇଭର ବିକ୍ରମ ଦନ୍ତାନି। ନିକଟରେ ଅରବିନ୍ଦ କେଜ୍ରିଓ୍ୱାଲ ଅଟୋରେ ଯେଉଁ ଅଟୋ ଚାଳକଙ୍କ ଘରେ ରାତ୍ରି ଭୋଜନ କରିଥିଲେ ସେ ହେଉଛନ୍ତି ଏହି ବିକ୍ରମ ଦନ୍ତାନି। ମୋଦୀଙ୍କ ରାଲିରେ ଯୋଗ ଦେଇ ସେ କହିଛନ୍ତି, ଜନ୍ମରୁ ସେ ମୋଦୀଙ୍କ ଫ୍ୟାନ। ଆଉ ଏପରି କିଛି କଥା କହିଛନ୍ତି ଯାହା ଆମ୍ ଆଦମୀ ପାର୍ଟିକୁ ଅଡୁଆରେ ପକାଇଛି।

ଚଳିତ ବର୍ଷ ଡିସେମ୍ବରରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ସମସ୍ତ ବଳ ଲଗାଇଛି। ନିର୍ବାଚନ ପ୍ରଚାର ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅହମ୍ମଦାବାଦ ଆସିଥିଲେ। ଏଠାରେ ସେ ଏକ ଟାଉନହଲ୍ ସଭା କରୁଥିଲେ, ଆଉ ଅଟୋ ଡ୍ରାଇଭର ବିକ୍ରମ ସେମାନଙ୍କୁ ନିଜେ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ଏହି ବ୍ୟକ୍ତି କିନ୍ତୁ ଶୁକ୍ରବାର ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ପହଞ୍ଚିଥିଲେ। ସେ ବେକରେ ଗେରୁଆ ଗାମୁଛା ପକାଇଥିଲେ। ଆଉ କହିଥିଲେ ସେ ପିଲାଦିନରୁ ନରେନ୍ଦ୍ର ମୋଦୀଙ୍କର ଜଣେ ପ୍ରଶଂସକ।

ସେ ଏହି ଅବସରରେ ନ୍ୟୁଜ 24 ଚ୍ୟାନେଲକୁ ପ୍ରତିକ୍ରିୟାରେ କହିଛନ୍ତି, କେଜ୍ରିଓ୍ୱାଲଙ୍କ ବୈଠକ ପୂର୍ବରୁ ଅଟୋ ସଂଘ ବୈଠକ ଡାକିଥିଲେ। ଆଉ କେଜ୍ରିଓ୍ୱାଲଙ୍କୁ ତାଙ୍କ ଘରକୁ ଡାକିବାକୁ କୁହାଯାଇଥିଲା। ତେଣୁ ଅରବିନ୍ଦଙ୍କ ଟାଉନ ହଲ ସଭାକୁ ସେ କେଜ୍ରିଓ୍ୱାଲଙ୍କୁ ଆମନ୍ତ୍ରଣ କରିଥିଲେ। ରାତିରେ ସେ ତାଙ୍କୁ ଘରକୁ ନିଜ ଅଟୋରେ ଆଣିଥିଲେ। ଆଉ ଘରେ ରାତ୍ରି ଭୋଜନ ବେଳେ କୌଣସି ରାଜନୈତିକ ଆଲୋଚନା ହୋଇନି କି ପରେ ଆମ୍ ଆଦମୀ ପାର୍ଟି ପକ୍ଷରୁ କୌଣସି ଆଲୋଚନା ତାଙ୍କ ସହ ହୋଇନି।

ଉଲ୍ଲେଖଯୋଗ୍ୟ, ଅଟୋ ଡ୍ରାଇଭରଙ୍କ ନିମନ୍ତ୍ରଣ କ୍ରମେ ଅରବିନ୍ଦ କେଜ୍ରିୱାଲ ସେଦିନ ରାତ୍ରୀ ଭୋଜନ ପାଇଁ ଆସିଥିଲେ। ସେତେବେଳେ ଏକ ବିରାଟ ଚାପା ଉତ୍ତେଜନା ଦେଖା ଦେଇଥିଲା। ପ୍ରକୃତରେ ଗୁଜୁରାଟ ପୋଲିସ ତାଙ୍କୁ ସୁରକ୍ଷା ଯୋଗାଇବାକୁ ଚାହୁଁଥିଲା ଏବଂ ତାଙ୍କୁ ଅଟୋ ରିକ୍ସା ଯାତ୍ରା କରିବାରେ ବାରଣ କରୁଥିଲା, କିନ୍ତୁ କେଜ୍ରିୱାଲ ଏଥିରେ ରାଗି ଯାଇଥିଲେ। ସେ ପୋଲିସର ସୁରକ୍ଷା ନେବାକୁ ମନା କରି ଦେଇଥିଲେ। ଗୁଜୁରାଟ ପୋଲିସର ସୁରକ୍ଷା ଚାହୁଁ ନାହାଁନ୍ତି ବୋଲି ସେ କହିଥିଲେ।

ଏବେ କିନ୍ତୁ ବିକ୍ରମ ଯେଉଁ ଦାବି କରିଛନ୍ତି ସେଥିରେ ସତ୍ୟତା ଥିବ ତାହେଲେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ‘ମହାନାଟକ’ ପଛର ସଂଳାପ କେଉଁ ଉଦ୍ଦେଶ୍ୟରେ ଏପରି କରିଥିଲେ ତାହା ସ୍ପଷ୍ଟ ଅନୁମେୟ।

Leave A Reply

Your email address will not be published.