Latest Odisha News

BREAKING NEWS

କରୋନା ଭୟ: ସ୍କୁଲ ପିଲାଙ୍କୁ ସାମୁହିକ ହୋଲି ନଖେଳିବାକୁ ପରାମର୍ଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ଅତିଶୀଘ୍ର ସ୍କୁଲରେ କରୋନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ସେ କହିଛନ୍ତି, “ଓଡିଶା ସରକାର ଘାତକ କରୋନା ଭାଇରସକୁ ନେଇ ସମ୍ଭାବ୍ୟ ସମସ୍ତ ଉପାୟ ଆପଣେଇଛନ୍ତିି ତଥା ମିଡିଆ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି । ମୋ ବିଭାଗ ମଧ୍ୟ ଖୁବ ଶୀଘ୍ର ସମସ୍ତ ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବ ।”

ମନ୍ତ୍ରୀ ଏହା ବି କହିଛନ୍ତି, “ରାଜ୍ୟ ସରକାର ହୋଲିରେ କ’ଣ କରିବେ ନକରିବେ ସେନେଇ ଆଡଭାଇଜରି ଜାରି କରିଛନ୍ତି । ସତର୍କତା ଅବଲମ୍ବନ ସ୍ୱରୂପ ସ୍କୁଲ ପିଲାଙ୍କୁ ହୋଲିରେ ବଡ ସମାବେଶରୁ ଦୂରେଇ ରହିବା ଉଚିତ୍ ।”

Leave A Reply

Your email address will not be published.