Latest Odisha News

BREAKING NEWS

ଦୀପାବଳି ଲାଗି ‘ସୋଆ ବର୍ଣ୍ଣ ସେଣ୍ଟର୍’ ପକ୍ଷରୁ ଖୋଲିଲା ୨୪ ଘଣ୍ଟିଆ ଜରୁରୀ ସେବା…

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ । ଲୋକମାନେ ବିଭିନ୍ନ ରକମର ଆତସବାଜି ଫୁଟାଇବା ସହ ଦୀପ ଏବଂ କ୍ୟାଣ୍ଡେଲ୍ରେ ଘରକୁ ସଜ୍ଜିତ କରିଥାନ୍ତି । ତେବେ ଦୀପାବଳିରେ ଅଗ୍ନିକାଣ୍ଡ ଘଟି ଦୁର୍ଘଟଣା ହେବାର ଅନେକ ସମ୍ଭାବନା ରହିଥାଏ । ଧନଜୀବନ ପ୍ରତି ଅନେକ ବିପଦ ଥାଏ । ତେଣୁ ଏହି ଉତ୍ସବକୁ କିଭଳି ସତର୍କତାର ସହ ଓ ସୁରକ୍ଷିତ ଭାବେ ପାଳନ କରିବେ ସେ ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଅତ୍ୟାଧୁନିକ ବର୍ଣ୍ଣ ସେଂଟର ପକ୍ଷରୁ ସ୍ୱତନ୍ତ୍ର ଜରୁରୀକାଳିନ ୨୪ ଘଂଟିଆ ସେବା ପ୍ରଦାନ କରାଯିବା ନିମନ୍ତେ ବ୍ୟବସ୍ଥା କରାଯାଇଛି ।

ହସ୍ପିଟାଲ୍ ବର୍ଣ୍ଣ ସେଂଟର ପକ୍ଷରୁ ନିମ୍ନଲିଖିତ ସତର୍କ ସୂଚନା ପ୍ରଦାନ କରାଯାଇଅଛି :

୧. ବାଣଗୁଡ଼ିକୁ ସରକାରୀ ସ୍ୱୀକୃତି ପ୍ରାପ୍ତ ଦୋକାନରୁ କିଣିବା ଆବଶ୍ୟକ ।
୨. ବାଣଫୁଟାଇବା ସମୟରେ ପିଲାମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବା ଆବଶ୍ୟକ ।
୩. ଆତସବାଜିଗୁଡ଼ିକୁ ଘର ବାହାରେ ବା ଖୋଲା ସ୍ଥାନରେ ରଖିବା ସହିତ ପେଟ୍ରୋଲ୍, କିରାସିନ ଓ ଗ୍ୟାସ ସିଲିଣ୍ଡର ଆଦି ବିସ୍ଫୋରକ ପଦାର୍ଥ ଠାରୁ ଦୂରେଇ ରଖିବା ।
୪. ବାଣ ଫୁଟାଇବା ସମୟରେ ହାଲ୍କା ସୁତାପୋଷାକ ପରିଧାନ ସହିତ ପାଦରେ ଯୋତା ପିନ୍ଧିବା ।
୫. ବାଣକୁ ହାତରେ ଧରି ନ ଫୁଟାଇବା ।
୬. ପାଖରେ କୁଣ୍ଡ କିମ୍ବା ବାଲ୍ଟିରେ ପାଣି ପୂର୍ଣ୍ଣ କରି ରଖିବା ।
୭. ଦରଫୁଟା ବାଣକୁ ପୁନର୍ବାର ଅଗ୍ନି ସଂଯୋଗ ନ କରିବା ।
୮. ଦୁର୍ଘଟଣାରେ ଯଦି କୌଣସି ଅଙ୍ଗରେ ନିଆଁ ଲାଗିଯାଇଥାଏ ତୁରନ୍ତ ପୋଡ଼ା ଯାଗାକୁ ଧୋଇଦେବା ।

କୌଣସି ଦୁର୍ଘଟଣା ଘଟିଲେ ତୁରନ୍ତ ସମ୍ ହସ୍ପିଟାଲ୍ ସ୍ଥିତ ସୋଆ ବର୍ଣ୍ଣ ଓ ସ୍କିନ୍ ବ୍ୟାଙ୍କ କେନ୍ଦ୍ର ସହିତ ଯୋଗାଯୋଗ କରି ବିଶେଷଜ୍ଞଙ୍କ ପରାମର୍ଶ ନେବା ପାଇଁ ସୂଚନା ପ୍ରଦାନ କରାଯାଇଅଛି । ବିଶେଷ ବିବରଣୀ ଓ ଯୋଗାଯୋଗ ପାଇଁ ୮୫୯୮୯୫୯୭୪୪ ଓ ୮୫୯୮୯୫୯୭୧୫ ନମ୍ବରଗୁଡ଼ିକୁ ବ୍ୟବହାର କରପାରିବେ ।

Leave A Reply

Your email address will not be published.