Latest Odisha News

ମାସ୍କ ମାଧ୍ୟମରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି କଟକ ଚାଉଳିଆଗଞ୍ଜର ଈଶ୍ୱର

କଟକ: ଆପଣମାନେ ଆଗରୁ କୁନି କୁନି ପିଲାମାନଙ୍କ ଡ୍ରେସ୍ ଉପରେ ରଙ୍ଗବେରଙ୍ଗର ଚିତ୍ର, ପଶୁପକ୍ଷୀ, କାର୍ଟୁନ୍ କ୍ଯାରେକ୍ଟର ସବୁ ପ୍ରିଣ୍ଟ ହୋଇଥିବା ଦେଖିଥିବେ  । କିନ୍ତୁ କେବେ ଭାବିଛନ୍ତି, କରୋନା ମୁକାବିଲା ଲାଗି ବ୍ୟବହୃତ ହେଉଥିବା ମାସ୍କ ଉପରେ ଯଦି ଏହି ସବୁ କ୍ୟାରେକ୍ଟର ପ୍ରିଣ୍ଟ ହେଲେ କେମିତି ଲାଗନ୍ତା ? ନିଶ୍ଚିତରୂପେ କୋମଳମତି ପିଲାଙ୍କୁ ମଧ୍ୟ ଏସବୁ ଆକୃଷ୍ଟ କରିବା ସହ ସେମାନଙ୍କୁ ସବୁବେଳେ ମୁହଁରେ ମାସ୍କ ଲଗାଇବାକୁ ବାଧ୍ୟ କରନ୍ତା  । ଆଉ ଆପଣମାନଙ୍କ ଏଭଳି ଭାବନାକୁ ସତ କରି ଦେଖାଇଛନ୍ତି କଟକ ଚାଉଳିଆଗଞ୍ଜ ଅଞ୍ଚଳର ଇଶ୍ୱର ସାହୁ ଓରଫ ବାପୁନୀ  ।

ଟିକିଏ ଭଲ କରି ଦେଖନ୍ତୁ ଏହି ମାସ୍କଗୁଡ଼ିକୁ  । ମୋଟୁ ପତଲୁ, ନଟିଆ, ଛୋଟା ଭୀମ୍ ଭଳି ଛୋଟ ପିଲାମାନଙ୍କର ଫେଭରିଟ୍ କାର୍ଟୁନ୍ କ୍ୟାରେକ୍ଟରମାନେ ଅଛନ୍ତି ମାସ୍କ ଉପରେ  । ଖାଲି ଏତିକି ନୁହେଁ  । ଅପନା ଟାଇମ୍ ଆୟେଗା, ଷ୍ଟେ ହୋମ୍, ଷ୍ଟେ ସେଫ୍ ଭଳି ସଚେତନତା ବାର୍ତ୍ତା ମଧ୍ୟ ରହିଛି  ।  ଛୋଟପିଲାଠୁ  ଆରମ୍ଭ କରି ବଡ଼ ଲୋକଙ୍କ ପାଇଁ ମାସ୍କ ପ୍ରସ୍ତୁତ କରୁଛନ୍ତି ଈଶ୍ୱର । ଲକ୍ ଡାଉନ୍ ଆରମ୍ଭରୁ ସେ ନିଜେ ଘରେ ରହି ପ୍ରସ୍ତୁତ କରିଛନ୍ତି ୩୦୦୦ ହାଜରୁ ଉର୍ଦ୍ଧ୍ୱ ମାସ୍କ  । ଯାହାକୁ ପରିବାର ସମେତ ସାଙ୍ଗସାଥୀଙ୍କୁ ବାଣ୍ଟିଛନ୍ତି ସେ  । ଲକ୍ଷ୍ୟ କିନ୍ତୁ ଗୋଟିଏ  । କରୋନା ମହାମାରୀର ମୁକାବିଲା ଲାଗି ସମସ୍ତେ ମାସ୍କର ବ୍ୟବହାର କରନ୍ତୁ  । ଏଭଳି ମାସ୍କ ଖଣ୍ଡକ ପାଇଁ ଅନେକ ଅର୍ଡର ପାଉଛନ୍ତି ଇଶ୍ୱର  । ଆଗକୁ ଆହୁରି ଏମିତି ମାସ୍କମାନ ପ୍ରସ୍ତୁତ କରି ଲୋକଙ୍କୁ ବାଣ୍ଟିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସେ ।

Comments are closed.