Latest Odisha News

BREAKING NEWS

ସଙ୍ଗରୋଧ କେନ୍ଦ୍ରରେ ବଗିଚାକାମ କରି ଉଦାହରଣ ସୃଷ୍ଟି କଲେ ଅନ୍ତେବାସୀ

ଭଦ୍ରକ: କରୋନା ମହାମାରୀ ସମୟରେ କେଉଁଠି ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀ ବା ପ୍ରବାସୀ ଶ୍ରମିକମାନେ ଖାଦ୍ୟ ଫୋପାଡ଼ିଲେଣି ତ କେଉଁଠି କଲେଣି ଟିକ୍ ଟକ୍ ଭିଡିଓ  । ପୁଣି କେଉଁଠି ପାଚେରୀ ଡେଇଁ ଘରକୁ ପଲାଇଲେଣି ତ କେଉଁଠି ସୃଷ୍ଟି କଲେଣି ଅପ୍ରୀତିକର ପରିସ୍ଥିତି  । ଏଭଳିସ୍ଥଳେ କିଛି ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରୁଥିବା ଅନ୍ତେବାସୀଙ୍କ ଲାଗି ଉଦାହରଣ ପାଲଟିଛନ୍ତି ଭଦ୍ରକ ବାଣିତିଆ ସଙ୍ଗରୋଧ କେନ୍ଦ୍ରର ଅନ୍ତେବାସୀ  ।

କେନ୍ଦ୍ରରେ ରହୁଥିବା ୫୭ ଜଣ ପ୍ରବାଶୀ ଶ୍ରମିକ ୧୦ ଜଣି ଗ୍ରୁପ ହୋଇ ପାଳିକରି ସ୍କୁଲ ହତାରେ କରୁଛନ୍ତି ବଗିଚାକାମ  । ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାଶଙ୍କ ପରାମର୍ଶକ୍ରମେ ଏଙଳି ମହତ୍ କାର୍ଯ୍ୟରେ ଯୋଗଦେଇଛନ୍ତି ଅନ୍ତେବାସୀ  । ଫଳରେ ସ୍କୁଲ ପରିସରରେ ଶ୍ରୀହୀନ ହୋଇପଡ଼ିରହିଥିବା ୪ଶହରୁ ଅଧିକ ଗଛ ପୁଣିଥରେ ନୂଆ ଜୀବନ ପାଇଲାପରି ଲାଗୁଛି  । ଅନ୍ତେବାସୀଙ୍କ ଏଭଳି ପ୍ରୟାସ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟୁଛି  । ଅନ୍ୟପଟେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଏମାନଙ୍କୁ ୧୫୦ ଟଙ୍କା ଲେଖାଏଁ ପାରିଶ୍ରମିକ ମଧ୍ୟ ପ୍ରଦାନ କରାଯିବବୋଲି କହିଛନ୍ତି ଜିଲ୍ଲାପାଳ  ।

Leave A Reply

Your email address will not be published.