Latest Odisha News

BREAKING NEWS

ସୋଆ ଏନ୍‌ଏସ୍‌ଏସ୍‌ର ଉନ୍ନତ ଭାରତ ଅଭିଯାନ ଅନୁଷ୍ଠିତ 

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ର ଏନ୍‌ଏସ୍‌ଏସ୍ ପକ୍ଷରୁ ଉନ୍ନତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସୋଆ ଏନ୍‌ଏସ୍‌ଏସ୍‌ର ସ୍ୱେଚ୍ଛାସେବୀମାନେ ଭୁବନେଶ୍ୱର ଉପକଣ୍ଠ ଜାମୁଝରି ଗାଁର ଗୁପ୍ତପଡ଼ା, ଛତାବର, କୁଜିମହଲ, ପାତ୍ରପଡା (ଭଗବାନପୁର) ଓ ନୂଆଗାଁ ର ଗ୍ରାମବାସୀଙ୍କୁ ମାସ୍କ ପିନ୍ଧିବା, ନିୟମିତ ସାବୁନ୍‌ରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂକରୋନାରୁ ରକ୍ଷା ପାଇବା ନେଇ ସମସ୍ତ ନିୟମ ମାନିବା ସମ୍ପର୍କରେ ସଚେତନତାର ବାର୍ତା ଦେବା ସହ ମାସ୍କ ବଂଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ ଏହି ପାଂଚଟି ପୋଷ୍ୟ ଗ୍ରାମର ସମସ୍ୟା ଚିହ୍ନଟ କରିବା ସହ ଏହାର ସମାଧାନ ସମ୍ପର୍କରେ ସୂଚନା ଦେଇଥିଲେ । ଏଠାରେ ସ୍ୱେଚ୍ଛାସେବୀମାନେ କିଭଳି ଅଧିକ ବିକାଶମୂଳକ କାର୍ଯ୍ୟ କରିପାରିବେ ସେ ସମ୍ପର୍କରେ ପ୍ରଫେସର ଦାସ ସୂଚାଇଥିଲେ । । ସେହିପରି ସୋଆ ଏନ୍‌ଏସ୍‌ଏସ୍ ସଂଯୋଜକ ଡ. ନଚିକେତା ଶର୍ମା କହିଥିଲେ ଯେ ଏହି ଉନ୍ନତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରୀ ରହିବ ବୋଲି କହିଥିଲେ ।

ଛତାବର ସରପଂଚ ଶ୍ରୀମତି ମନସ୍ୱିନୀ ମିଶ୍ର, ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଡେଙ୍ଗ, ସୋଆ ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ ସଂଯୋଜକ ଡ. ନଚିକେତା ଶର୍ମା, ପ୍ରୋଗ୍ରାମ ଅଫିସର ଡ. କମଳ ଲୋଚନ ମହନ୍ତ, ଡ. ଶୋଭନ୍ ପଟ୍ଟନାୟକ, ଡ. ସରୋଜ କୁମାର ମହାନ୍ତି , ଡ. ରାଜାରାମ ମହାପାତ୍ର, ସ୍ୱେଚ୍ଛାସେବୀ ଅମିତ, ଦେବାଶୀଷ, ରାଜଶେଖର ମାସ୍କ ବଂଟନ କାର୍ଯ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଗ୍ରାମସାଥୀ ଅଚ୍ୟୁତ କୁମାର ବେହେରା, ପୂର୍ବତନ ସରପଂଚ ସନ୍ତୋଷ କୁମାର ପାଇକରାୟ ଓ ମାନସ କୁମାର ପାଇକରାୟଙ୍କ ସହାୟତାରେ ଏସବୁ ଗ୍ରାମରେ ୬୦୦ରୁ ଊର୍ଦ୍ଧ୍ୱ ମାସ୍କ ବିତରଣ କରାଯାଇଥିଲା ।

 

Leave A Reply

Your email address will not be published.