Latest Odisha News

BREAKING NEWS

ମହିଳା ହିଂସା ଓ ଅଶ୍ଳୀଳତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା: ଦିନକୁ ଦିନ ମହିଳା ମାନେ ଅନେକ ହିଂସାର ସମ୍ମୁଖୀନ ହେଉଛନ୍ତି । ସେ ପରିବାର ଭିତରେ ହେଉ କିମ୍ବା ବାହାରେ ଚାରିଆଡେ ମହିଳା ହିଂସା ବୃଦ୍ଧି ପାଉଛି । ଆଜିର ସମାଜରେ ମହିଳା ସଶକ୍ତିକରଣ ନିମନ୍ତେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ମହିଳା ନିଜେ ସଶକ୍ତିକରଣ ହୋଇଛି, ଏହା ସତ୍ତ୍ବେ ବିଭିନ୍ନ ପ୍ରକାରର ଜଘନ୍ୟ କାଣ୍ଡ ମଧ୍ୟ ମହିଳାଙ୍କ ଉପରେ ଘଟି ଆସୁଛି । ଯାହାକୁ ନେଇ ଆଜି ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଙ୍କ ତାଳୁକା ଆଇନ ସହାୟତା କେନ୍ଦ୍ର ପକ୍ଷରୁ ମହିଳା ହିଂସା ଏବଂ ଅଶ୍ଳୀଳତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶେଖ ମହମ୍ମଦ କ୍ୱାଇସି ଯୋଗଦେଇ ଆଇନ ଉପରେ ଆଲୋଚନା କରିଛନ୍ତି । ଅନ୍ୟ ଅତିଥି ଭାବେ ସବ ଜଜ୍ ସନ୍ତୋଷ କୁମାର ମହାପାତ୍ର ଏସଡିଜେଏମ ଶାନ୍ତଶ୍ରୀ ମହାନ୍ତି, ସାହାରା ପରିବାର ପରାମର୍ଶ କେନ୍ଦ୍ରର ସଚିବ ପ୍ରମୋଦ କୁମାର ସାହୁ, ସଦର ହସ୍ପିଟାଲର ଡାକ୍ତର ରମେଶ ସାହୁ, ବାର ସଭାପତି ଉମା ପଟ୍ଟନାୟକ ଓ ଓକିଲ ରଣେଶ ଲିମା ଯୋଗ ଦେଇ ଏହି ବିଷୟ ଉପରେ ନିଜ ନିଜ ମତ ରଖିଥିଲେ ।

ଏହା ସହ ଏହି ସଚେତନତା କାର୍ଯ୍ୟକ୍ରମରେ ସଦର ହସ୍ପିଟାଲର ବହୁ ଡାକ୍ତରଙ୍କ ସହ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ଶେଷରେ ସଦର ହସ୍ପିଟାଲର ମ୍ୟାନେଜର ଜିତେନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.