Latest Odisha News

BREAKING NEWS

ଟିମ୍ ଇଣ୍ଡିଆର ବିଜୟ ମନାସି ମା’ ସୁରେଶ୍ଵରୀଙ୍କ ମନ୍ଦିରରେ ଦୀପ ଦାନ କଲେ କ୍ରିକେଟ ପ୍ରେମୀ

ସୁବର୍ଣ୍ଣପୁର: ଆଜି କ୍ରିକେଟ ବିଶ୍ବକପ୍ ର ଫାଇନାଲ ମ୍ୟାଚ । ଏହି ମହାସମରରେ ଭାରତ ତାର ବିଜୟ ଧାରା ବଜାୟ ରଖିଛି । ଆଜି ଫାଇନାଲ ରେ ୫ ଥର ବିଜୟୀ ହୋଇଥିବା କଙ୍ଗାରୁ ଦଳ ସହିତ ମୁହାଁମୁହିଁ ହେବ ଟି୍ମ ଇଣ୍ଡିଆ । ତେବେ ଟିମ୍ ଇଣ୍ଡିଆକୁ ବିଜୟୀ କରିବା ପାଇଁ ନେତା ଅଭିନେତାଙ୍କ ଠାରୁ ଆମ୍ଭ କରି ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି । ବିଜୟ ପାଇଁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି ।

ସୁବର୍ଣ୍ଣପୁରର ଇଷ୍ଟଦେବୀ ମା’ ସୁରେଶ୍ଵରୀଙ୍କ ମନ୍ଦିରରେ ଦୀପ ଦାନ କରାଯାଇଛି । ଆଜି ସୁବର୍ଣ୍ଣପୁର ର କ୍ରିକେଟ ପ୍ରେମୀମାନେ ଏକତ୍ରିତ ହୋଇ ଦଳର ବିଜୟ ମନାସି ମାଆ ଙ୍କ ଠାରେ ଦୀପ ଦାନ କରିଛନ୍ତି । ଏହା ସହିତ ଇଣ୍ଡିଆ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ସବୁ କ୍ଷେତ୍ରରେ ଦଳ ସୁଦୃଢ ରହିଥିବାରୁ ବିଜୟ ସୁନିଶ୍ଚିତ ବୋଲି ଆଶାବାଦୀ ଅଛନ୍ତି ।

 

ସମଗ୍ର ବିଶ୍ବବାସୀଙ୍କ ପାଇଁ ଆଜିର ଦିନ ଏକ ସ୍ମରଣୀୟ ଦିନ । ଆଉ କିଛି ଘଣ୍ଟା ପରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ମହାଲଢେଇ । ସେନେଇ ମ୍ୟାଚ୍ ଦେଖିବାକୁ ଏବେଠୁ ଷ୍ଟାଡିୟମରେ କ୍ରିକେଟ୍ ପ୍ରେମୀଙ୍କ ଭିଡ ଲାଗିଲାଣି ।

Leave A Reply

Your email address will not be published.