Latest Odisha News

BREAKING NEWS

ଆବାସ ଯୋଜନା: ଫିଡ଼ବ୍ୟାକ୍ ଲାଗି ସରକାର ଖୋଲିବେ କଲ୍ ସେଣ୍ଟର

ଭୁବନେଶ୍ୱର: ଆବାସ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହୋଇ ପରିଚାଳିତ ହେଉଛି କି ନାହିଁ ସେବିଷୟରେ ହିତାଧିକାରୀଙ୍କ ଠାରୁ ଫିଡ଼ବ୍ୟାକ୍ ଗ୍ରହଣ କରିବେ ଓଡ଼ିଶା ସରକାର । ତେଣୁ ରାଜ୍ୟର ସମସ୍ତ ଜିଲ୍ଲାଗୁଡ଼ିକରେ ଓଡ଼ିଶା ସରକାର କଲ୍ ସେଣ୍ଟର୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଶନିବାର ଦିନ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ସୂଚନା ପ୍ରଦାନ କରିଛନ୍ତି ।

ଏସମ୍ପର୍କରେ ଅଧିକ ସୂଚନାଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟର ସମସ୍ତ ଜିଲ୍ଲାଗୁଡ଼ିକରେ କଲ୍ ସେଣ୍ଟର୍ ସ୍ଥାପନ ଲାଗି ଜିଲ୍ଲା ଗ୍ରାମ୍ୟ ବିକାଶ ଏଜେନ୍ସି (ଡ଼ିଆରଡ଼ିଏ)ର ପ୍ରକଳ୍ପ ନିର୍ଦ୍ଦେଶକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି କଲ୍ ସେଣ୍ଟର୍ ମାଧ୍ୟମରେ ଅତି କମରେ ଦୈନିକ ୫୦ ଜଣ ହିତାଧିକାରୀ ଠିକ୍ ସମୟରେ ଆର୍ଥୀକ ସହାୟତା ପାଇଛନ୍ତି କି ନାହିଁ ଏଥିଲାଗି ପଦକ୍ଷେପ ନିଆଯିବ ।

“ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ହୋଇଥିବା ୫ଟି ପଲିସି ଅନୁଯାୟୀ, ସମୟ ସମୟରେ ଆମେ ହିତାଧିକାରୀଙ୍କ ସହିତ ସିଧାସଳଖ କଥାବାର୍ତ୍ତା ହୋଇ ସେମାନଙ୍କଠାରୁ ଫିଡ଼ବ୍ୟାକ୍ ପାଇପାରିବୁ,” ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.