Latest Odisha News

BREAKING NEWS

କାର୍ଯ୍ୟରୁ ବରଖାସ୍ତ ହେଲେ ୨ ସରକାରୀ ଅଧିକାରୀ

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ଅଭିଯାନ ଜାରି ରହିଥିବା ବେଳେ ଶନିବାର ଦିନ ଓଡିଶା ପ୍ରଶାସନିକ ସେବା(ଓଏଏସ୍)ର ୨ ଜଣ ଅଫିସରଙ୍କୁ ବରଖାସ୍ତ କରିଛନ୍ତି ରାଜ୍ୟ ସରକାର ।

ବରଖାସ୍ତ ହୋଇଥିବା ୨ ଅଧିକାରୀ ହେଲେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର ପୂର୍ବତନ ତହସିଲଦାର ବିଜୟିନୀ ବିଶ୍ୱାଳ ଏବଂ ନୂଆପଡା ଜିଲ୍ଲା କୋମଣା ବ୍ଲକର ପୂର୍ବତନ ବିଡିଓ ପ୍ରଦୀପ କୁମାର ବେହେରା ।

ପ୍ରାପ୍ତ ସୂଚନାନୁଯାୟୀ ସମ୍ବଲପୁର ଭିଜିଲାନ୍ସ ୱିଙ୍ଗ୍ ବିଜୟିନୀଙ୍କ ବିରୋଧରେ ଏକ ମାମଲା ରୁଜୁ କରୁଥିବା ବେଳେ କୋରାପୁଟ ଭିଜିଲାନ୍ସ ୱିଙ୍ଗ୍ ଶ୍ରୀ ବେହେରାଙ୍କ ବିରୋଧରେ ଏକ ମାମଲା ରୁଜୁ କରୁଥିଲା ।

ସୂଚନାଯୋଗ୍ୟ, ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାର ପ୍ରାୟ ୯ ଜଣ ଅଧିକାରୀଙ୍କ ପେନସନକୁ ମଧ୍ୟ ଅଟକାଇ ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.