Latest Odisha News

ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା, ଅକ୍ଷରଙ୍କୁ କରୋନା

ନୂଆଦିଲ୍ଲୀ:ଆଇପିଏଲ ୨୦୨୧ ଆଉ ମାତ୍ର ୬ ଦିନ ପରେ ଆରମ୍ଭ ହେବ । ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅଲରାଉଣ୍ଡର ଅକ୍ଷର ପଟେଲ କରୋନା ପଜିଟିଭ ଥିବା ଜଣାପଡିଛି । ଆଇପିଏଲ ପ୍ରୋଟୋକଲ ପାଳନ କରାଯାଇ ଅକ୍ଷରଙ୍କୁ ଆଇସୋଲେଟ କରାଯାଇଛି । ସେହିପରି ଚେନ୍ନାଇ ସୁପର କିଙ୍ଗ୍‌ସ କଂଟେଟ ଟିମର ଜଣେ ସଦସ୍ୟ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ପୂର୍ବରୁ କୋଲକାତା ନାଇଟ ରାଇଡର୍ସର ନୀତିଶ ରାଣାଙ୍କ ୨୨ ମାର୍ଚ୍ଚରେ କରାଯାଇଥିବା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ଅବଶ୍ୟ ୧ ଏପ୍ରିଲରେ ତାଙ୍କ ରିପୋର୍ଟ ନେଗେଟିଭ ଆସିବାରୁ ସଦସ୍ୟମାନେ ଆଶ୍ୱସ୍ତ ହୋଇଛନ୍ତି । କରୋନା ସଂକ୍ରମିତ ମାମଲା ବଢ଼ୁଥିବାରୁ ଏହାର ଆୟୋଜନ ନେଇ ମଧ୍ୟ କିଛି ମାତ୍ରାରେ ଆଶଙ୍କା ସୃଷ୍ଟି ହେବାରେ ଲାଗିଛି ।

Leave A Reply

Your email address will not be published.