Latest Odisha News

BREAKING NEWS

ଅକ୍ଷର ପଟେଲଙ୍କୁ ମିଳିଲା ହୋଲି ଉପହାର

ନୂଆଦିଲ୍ଲୀ: ଭାରତର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ମିଳିଛି ହୋଲି ଉପହାର । ଆଗାମୀ ଆଇପିଏଲ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ଅଧିନାୟକ ନିଯୁକ୍ତ କରିଛି । ୨୦୧୯ ପରଠାରୁ ସେ ଏହି ଫ୍ରାଂଚାଇଜ ସହିତ ଜଡିତ ଅଛନ୍ତି । କେଏଲ ରାହୁଲ ମଧ୍ୟ ଏହି ଦୌଡରେ ଥିଲେ । ତେବେ ଫ୍ରାଂଚାଇଜ ପଟେଲଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ଗତ ସଂସ୍କରଣରେ ରିଷଭ ପନ୍ତ ଦଳର ଅଧିନାୟକ ଥିଲେ । ଏଥର ଲକ୍ଷ୍ନୌ ସୁପର ଜ୍ୟାଂଟସ ତାଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ଦଳରେ ସାମିଲ କରିଛି । ପନ୍ତ ଲକ୍ଷ୍ନୌର ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଇବେ । ଦିଲ୍ଲୀ ଏ ପର୍ଯ୍ୟନ୍ତ ଆଇପିଏଲ ଟାଇଟଲ ହାସଲ କରିବାରେ ସଫଳ ହୋଇ ନାହିଁ ।

ଅକ୍ଷରଙ୍କ ନେତୃତ୍ୱରେ ଦଳ ଏଥର ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଅକ୍ଷର ଏହା ପୂର୍ବରୁ ଘରୋଇ ପ୍ରତିଯୋଗିତାରେ ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି । ସେ ୨୦୧୮ ରୁ ୨୦୨୪ ପର୍ଯ୍ୟନ୍ତ ୧୬ଟି ଟି୨୦ ମ୍ୟାଚରେ ବରୋଦା ଟିମର ନେତୃତ୍ୱ ନେଇଥିଲେ । ଏଥିରେ ୧୦ଟି ମ୍ୟାଚରେ ଦଳ ବିଜୟ ହାସଲ କରିଥିଲା । ସେ ୧୫୦ ଆଇପିଏଲ ମ୍ୟାଚ ଖେଳି ୧୩୧ ଷ୍ଟ୍ରାଇକ ରେଟରେ ୧୬୫୩ ରନ କରିଛନ୍ତି । ଏଥିସହ ୧୨୩ ୱିକେଟ ମଧ୍ୟ ନେଇଛନ୍ତି । ଦିଲ୍ଲୀ ମାର୍ଚ୍ଚ ୨୪ରେ ଲକ୍ଷ୍ନୌ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ ।

Comments are closed.