ଚେନ୍ନାଇ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି ପ୍ରଥମ ଟେଷ୍ଟ । ତାପୂର୍ବରୁ ଦଳକୁ ଲାଗିଛି ଆହତ ଝଟକା । ଆଣ୍ଠୁରେ ଯନ୍ତ୍ରଣା ଯୋଗୁ ପ୍ରଥମ ଟେଷ୍ଟରୁ ବାଦ ପଡ଼ିଲେ ସ୍ପିନ୍ ବୋଲର ତଥା ଅଲରାଉଣ୍ଡର ଅକ୍ଷର ପଟେଲ୍ । ତାଙ୍କର ବାମ ଗୋଡ଼ ଆଣ୍ଠୁରେ ଯନ୍ତ୍ରଣା ହେଉଛି ।
ଅକ୍ଷର ପଟେଲଙ୍କ ସ୍ଥାନରେ ଦଳରେ ଝାଡ଼ଖଣ୍ଡର ବାମହାତୀ ସ୍ପିନର ଶାହବାଜ ନଦୀମ ଓ ରାଜସ୍ଥାନର ଲେଗ୍ ସ୍ପିନର ଦୀପକ ଚହରଙ୍କୁ ସୁଯୋଗ ମିଳିଛି । ଆଜି ପ୍ରଥମ ମ୍ୟାଚର ପ୍ଲେଇଂ ଇଲେଭେନରେ ଖେଳୁଛନ୍ତି ଶାହବାଜ ନଦୀମ ।
Axar Patel ruled out of first @Paytm #INDvENG Test; Shahbaz Nadeem & Rahul Chahar added to India squad
More details ? https://t.co/2uk74iyVpW pic.twitter.com/MpUdUGMauB
— BCCI (@BCCI) February 5, 2021
ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଅକ୍ଷର ପଟେଲଙ୍କୁ ଦଳରେ ସୁଯୋଗ ମିଳିଥିଲା । ରବୀନ୍ଦ୍ର ଜାଡେତା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ବେଳେ ଆହତ ହୋଇଥିଲେ । ଏବେ ସେ ଫିଟ୍ ହେଉଛନ୍ତି ।
Comments are closed.