Latest Odisha News

BREAKING NEWS

ଦୀପାବଳି ପାଇଁ ଚଳଚଞ୍ଚଳ ଅଯୋଧ୍ୟା ନଗର, ଏଥର ଜଳିବ ୨୪ ଲକ୍ଷ ଦୀପ

ଉତ୍ତରପ୍ରଦେଶ: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ସେଥିପାଇଁ ଚଳଚଞ୍ଚଳ ଅଯୋଧ୍ୟା ନଗର । ସଜେଇ ହୋଇଛି ପୁରା ସହର । ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ଚଳିତ ବର୍ଷ ଦୀପାବଳିରେ ଅଯୋଧ୍ୟା ନଗରରେ ଜଳିବ ୨୪ ଲକ୍ଷ ଦୀପ ।

ଆସନ୍ତା ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହା ପୂ୍ର୍ବରୁ ଏଥର ଦୀପାବଳିକୁ ସୂତନ୍ତ୍ର କରିବା ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାମଙ୍କ ପୀଠ ଓ ଚୌଧୁରୀ ଚରଣ ସିଂହଙ୍କ ଘାଟ ସମେତ ୫୧ଟି ପ୍ରମୁଖ ଘାଟରେ ପ୍ରସ୍ତୁତି କରାଯାଇଛି । ଏହାସହ ଦୀପୋତ୍ସବରେ ଲେଜର ଲାଇଟ୍ ସୋ’ର ଆୟୋଜନ ମଧ୍ୟ କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଏହି ଦୀପୋତ୍ସବର ଆୟୋଜନ କରାଯାଇଛି । ଏହି କାର୍ଯ୍ୟରେ ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ସାମିଲ ହୋଇଛନ୍ତି ଗତ ଥର ପରି ଏଥର ମଧ୍ୟ ଦୀରୋତ୍ସବ ପୁଣି ରେକର୍ଡ କରିବ । ରାମ ନଗରୀରେ ଗତ ୫ ବର୍ଷ ହେବେ ଦୀପୋତ୍ସବର ଆୟୋଜନ କରାଯାଉଛି । ଏଥର ଦୀପୋତ୍ସବରେ ଋଷିଆ, ଶ୍ରୀଲଙ୍କା, ସିଙ୍ଗାପୁର ଏବଂ ନେପାଳର ବିଦେଶୀ କଳାକାରଙ୍କୁ ନେଇ ରାମଲୀଳ ଆୟୋଜିନ କରାଯିବର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଦୀପାବଳିରେ ପ୍ରାୟ ୧୮ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହୋଇଥିଲା ଅଯୋଧ୍ୟା ଯେଉଁଥିପାଇଁ ୨.୦୫କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ଗତବର୍ଷ ଦୀପୋତ୍ସବର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 

Leave A Reply

Your email address will not be published.