Latest Odisha News

BREAKING NEWS

ଆସନ୍ତା ୨୭ରେ ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ମୁର୍ମୁ: ତତ୍ପର ପ୍ରଶାସନ

ପାରାଦୀପ : ନଭେମ୍ବର ୨୭ ତାରିଖରେ  ପାରାଦୀପରେ “ବୋଇତ ବନ୍ଦାଣ” ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ମୁର୍ମୁ। ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା କୁ ନେଇ ପାରାଦ୍ଵୀପ ବନ୍ଦର ଜୋରଦାର ପ୍ରସ୍ତୁତି ଚଳାଇଛି  । ଆସନ୍ତା ୨୭ ତାରିଖ ରେ ବୋଇତ ବନ୍ଦାଣ ସମୟ ରେ ରାଷ୍ଟ୍ରପତି ଙ୍କ ପାରାଦ୍ଵୀପ ଗ୍ରସ୍ତ ବନ୍ଦର ପ୍ରଶାସନ ଙ୍କୁ ତତ୍ପର କରିଦେଇଛି। ଏ ନେଇ ଗୁରୁବାର ରାଷ୍ଟ୍ରପତି ଭବନ ରୁ ସ୍ପଷ୍ଟ କରାଯାଇଛି  ।

ପାରାଦୀପ ବୋଇତ ବନ୍ଦାଣ ବିଶ୍ଵ ଐତିହ୍ୟର ସମ୍ପନ  । ଯାହା ଆମ ଉତ୍କଳ ର ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରିରଖିଛି। ଯାହାର ସ୍ମୃତି କୁ ମନେରଖିବା ପାଇଁ ପ୍ରତ୍ୟେକ ବର୍ଷ ପାଳିତ ହୋଇଥାଏ ବୋଇତ ବନ୍ଦାଣ ଉତ୍ସବ । ଏଥିଲାଗି ପ୍ରସ୍ତୁତି ପ୍ରାୟ ୧ ମାସ ପୂର୍ବରୁ ଚାଲିଥାଏ  । ଚଳିତବର୍ଷ ପାରାଦ୍ଵୀପ ବୋଇତ ବନ୍ଦାଣ ଇତିହାସ ରେ ପ୍ରଥମ ଥର ରାଷ୍ଟ୍ରପତି ଯୋଗ ଦେବେ  । ଯାହାକୁ ଅତି ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ପାରାଦୀପବାସୀ  ।  ସେପଟେ ରାଷ୍ଟ୍ରପତି ଙ୍କ ପାରାଦୀପ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି ।

Leave A Reply

Your email address will not be published.