Latest Odisha News

ମା’କୁ ହତ୍ୟା କରି ଭିଡିଓ ରେକର୍ଡ କଲା ପୁଅ !

ମଧ୍ୟପ୍ରଦେଶ: ଜଣେ ବେକାର ଯୁବକର ଅମାନୁଷିକ କାଣ୍ଡ । ସାମାନ୍ୟ ଇର୍ଷାର ବଶବର୍ତ୍ତୀ ହୋଇ ନିଜ ଜନ୍ମକଲା ମାଆକୁ ଅତି ନିର୍ମମ ଭାବେ ହତ୍ୟା କଲା । ତେବେ ତା କ୍ରୋଧର ଜ୍ୱାଳା ଏତିକିରେ ଶାନ୍ତ ପଡିନଥିଲା । ମାଆକୁ ହତ୍ୟା କରିବା ସମୟର ଦୃଶ୍ୟକୁ ସେ ମୋବାଇଲରେ କଏଦ ବି କରିଥିଲା ।

ଭୋପାଳର ଖଟିକା ଗାଁର ୨୪ବର୍ଷୀୟ ଯୁବକ ଧୀରେନ୍ଦ୍ର ରବିବାର ନିଜ ମାଆକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ତାହାକୁ ମୋବାଇଲରେ ରେକର୍ଡ କରିଥିଲା । ମୃତ ମହିଳାଙ୍କ ପରିଚୟ ସାବିତ୍ରୀ ପାଣ୍ଡେ ବୋଲି ଜଣାପଡିଛି । ହତ୍ୟା କରିବା ପରେ ଖୋଦ ଅଭିଯୁକ୍ତ ଧୀରେନ୍ଦ୍ର ଏ ନେଇ ଥାନାରେ ଏତଲା ଦେଇଥିଲା ।

ଖବର ପାଇ ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ହତିଆର ଓ ସାବିତ୍ରୀଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା । ତେବେ ଧିରେନ୍ଦ୍ରର ହାବଭାବରେ ପୋଲିସର ସନ୍ଦେହ ହେବାରୁ ତାକୁ ଜେରା କରାଯାଇଥିଲା ।

ଜେରାରେ ସତ ଓଗାଳିଥିଲା ଅଭିଯୁକ୍ତ ଧିରେନ୍ଦ୍ର । ପାଖରେ ଚାକିରୀ ନଥିବାବେଳେ ସେ ଭାବିଥିଲା ମାଆ ବଡ ପୁଅକୁ ଅଧିକ ଭଲ ପାଉଛି । ଏ ନେଇ ଧିରେନ୍ଦ୍ର ନିଜ ସ୍ତ୍ରୀ, ମାଆ ଓ ବାପାଙ୍କ ସହ ନିୟମିତ ଝଗଡା ବି କରୁଥିଲା ।

ଜାଣି ଆଶ୍ଚର୍ଯ୍ୟ ହେବେ ଯେଉଁ ବଡ ଭାଇ ପାଇଁ ଧିରେନ୍ଦ୍ର ନିଜ ମାଆକୁ ହତ୍ୟା କରିଥିଲା, ସେ ବହୁ ପୂର୍ବରୁ ପ୍ରାଣ ହରାଇଥିଲେ । ନିଜ ବଡ ପୁଅକୁ ହରାଇ ସାବିତ୍ରୀ ମନଦୁଃଖରେ ରହୁଥିବା ଦେଖି ଧିରେନ୍ଦ୍ର ନିଜ ପ୍ରତି ଅନ୍ୟାୟ ହେଉଥିବା କଳ୍ପନା କରିଥିଲା । ଏହି ମାନସିକତା ହିଁ ତାକୁ ବନାଇଥିଲା ନିଜ ମାଆର ହତ୍ୟାକାରୀ ।

ଏହି ଘଟଣା ମାଆ ଓ ପୁଅର ଅବର୍ଣ୍ଣନୀୟ ସଂପର୍କକୁ ଜାଳିପୋଡି ଛାରଖାର କରିଦେଇଛି । ହତ୍ୟା ଅଭିଯୋଗରେ ଅଭିଯୁକ୍ତ ଧିରେନ୍ଦ୍ରକୁ ପୋଲିସ ଗିରଫ କରି ଆଇପିସି ଧାରା ୩୦୨ ଅଧିନରେ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.