ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକଙ୍କ ପରଲୋକ । ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ ହୋଇଛି । ୮୫ ବର୍ଷ ବୟସରେ ଲକ୍ଷ୍ନୌ ପିଜିଆଇରେ ଚିକିତ୍ସାଧୀନ ଅବସ୍ଥାରେ ଆଚାର୍ଯ୍ୟଙ୍କ ଦେହାନ୍ତ ହୋଇଛି । ଗତ ୩ ତାରିଖରୁ ମସ୍ତିଷ୍କ ଜନିତ ସମସ୍ୟାରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ ଆଚାର୍ଯ୍ୟ ।
ମିଳିଥିବା ଖବର ଅନୁଯାୟୀ, ବ୍ରେନ ଷ୍ଟ୍ରୋକ ପରେ ଗତ ଫେବୃଆରୀ ୩ ତାରିଖରୁ ଲକ୍ଷ୍ନୌ ପିଜିଆଇ ହସ୍ପିଟାଲରେ ସତ୍ୟେନ୍ଦ୍ରଙ୍କ ଚିକିତ୍ସା ଚାଲିଥିଲା। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ତାଙ୍କୁ ନ୍ୟୁରୋଲୋଜି ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଶେଷରେ ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।
୧୯୪୫ରେ ସନ୍ତକବୀରନଗର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ସତ୍ୟେନ୍ଦ୍ର ଦାସ । ବାପା ଅଭିରାମ ଦାସଙ୍କ ଠାରୁ ପ୍ରଭାବିତ ହୋଇ ସେ ପ୍ରଭୁ ରାମଙ୍କ ଭକ୍ତ ହୋଇଥିଲେ । ପ୍ରଭୁଙ୍କ ସେବା ପାଇଁ ଘରଦ୍ବାରା ଛାଡି ଶେଷରେ ଆଶ୍ରମରେ ସନ୍ନ୍ୟାସ ଜୀବନ ଗ୍ରହଣ କରିଥିଲେ ସତ୍ୟେନ୍ଦ୍ର । ୧୯୯୨ ମସିହାରେ ରାମମନ୍ଦିର ପୂଜକ ତାଙ୍କୁ ଦାୟିତ୍ବ ମିଳିଥିଲା । ଗତ ୩ଦଶନ୍ଧି ଧରି ସେ ରାମମନ୍ଦିର ପ୍ରଭୁ ରାମଲାଲାଙ୍କ ପୂଜାର୍ଚ୍ଚନା କରୁଥିଲେ । ତେବେ ଅଯୋଧ୍ୟା ରାମମନ୍ଦିର ଆନ୍ଦୋଳନରେ ପ୍ରମୂଖ ଭୂମିକା ତୁଳାଇଥିଲେ ସତ୍ୟେନ୍ଦ୍ର । ପ୍ରାୟ ୩୩ ବର୍ଷ ଧରି ରାମଲାଲା ମନ୍ଦିର ସହିତ ଜଡିତ ଥିଲେ। ୧୯୯୨ ମସିହାରେ ବାବରୀ ଧ୍ୱଂସ ପୂର୍ବରୁ ମଧ୍ୟ ସେ ଏହି ମନ୍ଦିରରେ ପୂଜା କରୁଥିଲେ।
Comments are closed.