Latest Odisha News

ରାମ ମନ୍ଦିର ନିର୍ମାଣରେ ଲାଗିବ ଆହୁରି ୩ ମାସ, ସୂଚନା ଦେଲେ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ

ନୂଆଦିଲ୍ଲୀ:  ଅଯୋଧ୍ୟାରେ ରାମ ମନ୍ଦିର ଜୁନ୍ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ। ନିର୍ମାଣରେ ଆହୁରି ୩ ମାସ ଅଧିକ ସମୟ ଲାଗିବ ଓ ଏହା ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ପୁରା ହେବା ନେଇ ସୂଚନା ମିଳିଛି। ଅଯୋଧ୍ୟାରେ ଚଳିତ ବର୍ଷ ଆରମ୍ଭରୁ ୨୨ ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ରାମଲଲାଙ୍କ ପ୍ରତିମାର ପ୍ରାଣ ପ୍ରତିଷ୍ଠା ନବ ନିର୍ମିତ ମନ୍ଦିରରେ କରାଯାଇଥିଲା।

ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି, ମନ୍ଦିରର ଚାରିକାନ୍ଥରେ ୮.୫ ଲକ୍ଷ ଘନଫୁଟ ଲାଲ ବଂସି ପାହାଡପୁର ପଥରର ବ୍ୟବହାର କରାଯିବ। ଏହି ପଥର ଅଯୋଧ୍ୟା  ଆସି ସାରିଛି। କିନ୍ତୁ ୨୦୦ ଶ୍ରମିକଙ୍କ ଅଭାବ ରହିଥିବାରୁ  ନିର୍ମାଣରେ ବିଳମ୍ବ ହେଉଛି। ରାମ ମନ୍ଦିରର ନିର୍ମାଣ ଜୁନ୍ ୨୦୨୫ ନୁହେଁ, ବଂର ସେପ୍ଟେମ୍ବର  ୨୦୨୫ରେ ସମ୍ପୂର୍ଣ୍ଣ ହେବ। ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କମିଟିର ବୈଠକ ଶୁକ୍ରବାର ଦ୍ବିତୀୟ ଦିନ ଜାରି ରହିଛି। ଶ୍ରୀ ମିଶ୍ର କହିଛନ୍ତି, ରାମ ମନ୍ଦିର ପୁରା ହେବାର ସମୟ  ପୂର୍ବରୁ ଜୁନ୍ ୨୦୨୫ କୁ ଧାର୍ଯ୍ୟ କରାଯାଇଥିଲା। ଶ୍ରମିକଙ୍କ ଅଭାବ କାରଣରୁ ଏଥିରେ ୩ ମାସର ଅତିରିକ୍ତ ସମୟ ଲାଗିପାରେ।

Comments are closed.