Latest Odisha News

ଦୀର୍ଘ ୪୯୫ ବର୍ଷ ପରେ ଅଯୋଧ୍ୟା ରାମ ଦରବାରରେ ଖେଳାଯିବ ହୋଲି, କାଞ୍ଚନ ଫୁଲରେ ପ୍ରସ୍ତୁତ ହୋଇଛି ହର୍ବାଲ ରଙ୍ଗ

ଅଯୋଧ୍ୟା: ଆଉ କିଛି ଦିନର ଅପେକ୍ଷା ତାପରେ ରଙ୍ଗର ପର୍ବ ହୋଲିରେ ରଙ୍ଗେଇହେବ ସମଗ୍ର ଦେଶ । ତେବେ ଚଳିତବର୍ଷ ଅଯୋଧ୍ୟାରେ ନବନିର୍ମିତ ରାମଲଲାଙ୍କ ମନ୍ଦିରରେ ହୋଲି ପର୍ବ ପାଳନ ହେବ । ତେବ ଦୀର୍ଘ ୪୯୫ ବର୍ଷ ପରେ ଅଯୋଧ୍ୟା ରାମ ଦରବାରରେ ହୋଲି ଖେଳାଯିବ । କୁହାଯାଉଛି ଯେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଠାରୁ ଅଧିକ ଭବ୍ୟ ହେବ ହୋଲି ଖେଳ ।

ଏଥର ରାମଲଲା କଚ୍ଚନ ଫୁଲରୁ ନିର୍ମିତ ହର୍ବାଲ ରଙ୍ଗରେ ହୋଲି ଖେଳିବେ ବୋଲି ସୂଚନା ରହିଛି । ତେବେ ବୈଜ୍ଞାନିକମାନଙ୍କ ତତ୍ତ୍ବାବଧାନରେ କାଞ୍ଚନ ଫୁଲରୁ ହର୍ବାଲ ହୋଲି ତିଆରି କରାଯାଇଛି । ହୋଲି ପର୍ବ ପାଇଁ ମନ୍ଦିର ପରିସରରେ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି । ଏନେଇ ରାମ ମନ୍ଦିରର ମୁଖ୍ୟ ପୁରୋହିତ ସତ୍ୟନ୍ଦ୍ର ଦାସ କହିଛନ୍ତି ଯେ, ରାମ ଭକ୍ତମାନେ ମଧ୍ୟ ରାମଲଲାଙ୍କ ସହ ହୋଲି ଖେଳିବାର ସୁଯୋଗ ପାଇବେ ।

ମନ୍ଦିରରେ ଚାଲିଥିବା ପ୍ରସ୍ତୁତି ବିଷୟରେ ସତ୍ତେନ୍ଦ୍ର ଦାସ କହିଛନ୍ତି ଯେ, ‘ରାମଲଲା ହୋଲିରେ ନୂଆ ବସ୍ତ୍ର ପରିଧାନ କରିବେ । ଏହା ସହିତ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯିବ । ୫୬ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇ ଭୋଗ ଲଗାଯିବ । ଏହା ପରେ ଅବୀର ଅର୍ପଣ କରି ହୋଲି ପର୍ବ ପାଳନ କରାଯିବ’ ।

ମନ୍ଦିର ପକ୍ଷରୁ କୁହାଯାଇଛି ଯେ, ରାମଲଲା ପାଇଁ କାଞ୍ଚନ ଫୁଲରୁ ହର୍ବାଲ ରଙ୍ଗ ପ୍ରସ୍ତୁତ କରାଯାଇଛି । କାଞ୍ଚନଙ୍କୁ ତ୍ରେତାୟା ଯୁଗରେ ଅଯୋଧ୍ୟାର ରାଜ୍ୟ ବୃକ୍ଷ ଭାବରେ ବିବେଚନା କରାଯାଉଥିଲା ଏବଂ ଆୟୁର୍ବେଦରେ ମଧ୍ୟ ଏହାର ବିଶେଷ ଗୁରୁତ୍ୱ ରହିଛି । ଗୋରଖପୁର ମନ୍ଦିରରେ ଦିଆଯାଇଥିବା ଫୁଲରୁ ହର୍ବାଲ ରଙ୍ଗ ପ୍ରସ୍ତୁତ କରାଯାଇଛି । ଏହି ହର୍ବାଲ ରଙ୍ଗ ପରୀକ୍ଷା କରାଯାଇଛି ଏବଂ ମାନବ ଚର୍ମ ପାଇଁ ଏହା ନିରାପଦ ଅଟେ ।

Leave A Reply

Your email address will not be published.