Latest Odisha News

BREAKING NEWS

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସି. ବିଜୟଭାସ୍କରଙ୍କ ଘରେ ଇଡି ଏବଂ ଆଇଟି ବିଭାଗର ଚଢାଉ

ଚେନ୍ନାଇ; ସାଧାରଣ ନିର୍ବାଚନ ପୂର୍ବରୁ ତାମିଲନାଡୁରେ ବଡ ଧରଣର ଚଢାଉ । ତାମିଲନାଡୁରେ ଚାଲିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଆୟକର ବିଭାଗର ଚଢାଉ । ଅର୍ଥ ହେରଫେର ମାମଲାରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଏଆଇଏଡିଏମକେ ନେତା ସି. ବିଜୟଭାସ୍କରଙ୍କ ବାସ ଭବନରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଆୟକର ବିଭାଗ । ଇଡି ଏବଂ ଆଇଟି ଅଧିକାରୀମାନେ ଅଲଗା ଅଲଗା ଭାବରେ DMK ଶୀର୍ଷ ନେତୃତ୍ୱ ସହିତ ଜଡିତ ରିଏଲ୍ ଇଷ୍ଟେଟ୍ କମ୍ପାନୀ ଜି ସ୍କୋୟାର୍ ଗ୍ରୁପ୍ ର ସମ୍ପତ୍ତି ଖୋଜୁଛନ୍ତି । ଟଙ୍କା ହେରଫେର ହୋଇଥିବା ସନ୍ଦେହରେ କରାଯାଇଥିବା ଏହି ଚଢାଉ ସମୟରେ ଇଡି ପ୍ରତ୍ୟେକ ଡକ୍ୟୁମେଣ୍ଟର ଯାଞ୍ଚ କରୁଛି ।

ସୂଚନା ଅନୁସାରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଥ ହେରଫେର ମାମଲରେ ଅଲଗା ଅଲଗା କରି ସି. ବିଜୟଭାସ୍କରଙ୍କ ବ୍ୟତୀତ ଚେନ୍ନାଇ ସ୍ଥିତ ରିଏଲ୍ ଇଷ୍ଟେଟ୍ କମ୍ପାନିରେ ମଧ୍ୟ ଚଢଉ କରି ଖୋଜାଖୋଜି କରିଛି । ଦୁଇଟି ମାମଲାରେ ପ୍ରାୟ ୨୫ ଟି କ୍ୟାମ୍ପସ ଉପରେ କେନ୍ଦ୍ରୀୟ ଏଜେନ୍ସି ନଜର ରଖିଛି ।

ତାମିଲନାଡୁର ପୁଡୁକୋଟାଇରୁ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟଭାସ୍କର AIADMK ର ଜଣେ ବଳିଷ୍ଠ ନେତା । ତାଙ୍କ କହିବା ଅନୁସାରେ ତାଙ୍କ ବିରୋଧରେ ଏହି ଚଢାଉ ଆୟବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗର ମାମଲାରେ ୨୦୨୨ରେ ଭିଜିଲାନ୍ସ ଦ୍ଵାରା ହୋଇଥିବା ଚଢାଉ ଉପରେ ଆଧାରିତ । ତେବେ ଏହାପୂର୍ବରୁ ମଧ୍ୟ ବିଜୟଭାସ୍କର ବିବାଦ ମଧ୍ୟରେ ରହିଆସିଛନ୍ତି । ଗୁଟଖା ସ୍କାମରେ ସିବିଆଇ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ସେପଟେ ଆଜି ଇଡି ଏବଂ ଆଇଟି ବିଭାଗ ତାଙ୍କ ଘରେ ଅର୍ଥ ହେରଫେର ମାମଲାରେ ଚଢାଉ କରିଛି ।

 

Leave A Reply

Your email address will not be published.