Latest Odisha News

BREAKING NEWS

ଏଥର ଭର୍ଚୁଆଲି ଅନୁଷ୍ଠିତ ହେବ ଅଯୋଧ୍ୟା ରାମଲୀଲା

ଅଯୋଧ୍ୟା: ଅଯୋଧ୍ୟା ରାମଲୀଲା ସବୁଥର ଭଳି ଏଥର ସର୍ବସାଧାରଣଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବନି। ଏଥର ରାମଲୀଲା ଭର୍ଚୁଆଲି ଆୟୋଜନ ହେବ ବୋଲି ଏବଂ ଦୂରଦର୍ଶନରେ ଏହାର ସିଧା ପ୍ରସାରଣ କରାଯିବ ବୋଲି ଅଯୋଧ୍ୟାର ରାମଲୀଲା କମିଟି କହିଛି। ରିପୋର୍ଟ ଅନୁଯାୟୀ “ଚଳିତ ବର୍ଷ ରାମଲୀଲା ଉତ୍ସବ ଭର୍ଚୁଆଲି ଅନୁଷ୍ଠିତ ହେବ। ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଅଭିନେତା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି।”

ସେ ଆହୁରି ମଧ୍ୟ କହିଛନ୍ତି, “ଅକ୍ଟୋବର ୬ରୁ ୧୫ ରୁ ରାମଲୀଲା ଦୂରଦର୍ଶନରେ ସିଧା ପ୍ରସାରଣ କରାଯିବ। ପ୍ରାୟ ୩୫ ଜଣ ଫିଲ୍ମ ଷ୍ଟାର୍‌ ଏଥିରେ ବିଭିନ୍ନ ଚରିତ୍ରରେ ଅଭିନୟ କରିବେ। ଏହି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଯାଇଥିବା ସେ କହିଛନ୍ତି।”

Comments are closed.