Latest Odisha News

BREAKING NEWS

ରାଜଧାନୀରେ ଚାଞ୍ଚଲ୍ୟ: ସ୍ୱିଗୀ ଡେଲିଭରୀ ବଏକୁ ଅପହରଣ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରୁ ଡେଲିଭରୀ ବଏକୁ ଅପହରଣ ଅଭିଯୋଗ । ଭୁବନେଶ୍ୱର ଉତ୍ତରା ଛକ ନିକଟରୁ ସ୍ୱିଗୀ ଡେଲିଭରୀ ବଏଙ୍କୁ ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ତାଙ୍କ ନାଁ ପତିତପାବନ ପୃଷ୍ଚି ଓ ଘର ଧଉଳି ଥାନା ବିଜୟ ନଗର ଅଞ୍ଚଳରେ ।

ଗତକାଲି ରାତି ୧୦ଟା ବେଳେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । କିଛି ଦୁର୍ବୃତ୍ତ ପତିତପାବନଙ୍କୁ ଅପହରଣ କରିଥିବା ତାଙ୍କ ପତ୍ନୀ ଧଉଳି ଥାନାରେ ଅଭିଯୋଗ କରିଛନ୍ତି । ଦୟା ନଦୀ ବ୍ରିଜ ଉପରୁ ଚପଲ, ପର୍ସ, ଗଞ୍ଜି ଓ ଛୁରୀ ପଡ଼ିଥିବା ଦେଖିବାକୁ ମିଳିଛି ।

ପତିତପାବନଙ୍କ ପତ୍ନୀଙ୍କ ଅଭିଯୋଗ ଅନୁସାରେ, ଗତକାଲି ରାତି ୧୦ଟାରେ ଅନ୍ୟ ଗୋଟିଏ ନମ୍ବରରୁ ଫୋନ୍ କରି ତାଙ୍କୁ ଦୁର୍ବୃତ୍ତ ଆକ୍ରମଣ କରି ଟଙ୍କା ଓ ମୋବାଇଲ୍ ନେଇଯାଇଛନ୍ତି । ଭଏସ୍ ମେସେଜରେ ଅପହରଣ ନେଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଏହାପରେ ପରିବାର ଲୋକ ଘଟଣାସ୍ଥଳରେ ଖୋଜାଖୋଜି କରିଥିଲେ ବି ପତିତପାବନଙ୍କର କୌଣସି ସନ୍ଧାନ ପାଇ ନଥିଲେ ।

ଯେଉଁ ନମ୍ବରରୁ ଫୋନ୍ ଆସିଥିଲା ସେହି ନମ୍ବର ବି ବନ୍ଦ ଅଛି । ଏନେଇ ତାଙ୍କ ପତ୍ନୀ ଧଉଳି ଥାନାରେ ଅଭିଯୋଗ କରିଛନ୍ତି । ତେବେ କିଏ ଓ କାହିଁକି ପତିତପାନବଙ୍କୁ ଏମିତି ଅପହରଣ କଲା ? ଖୋଳତାଡ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.