Latest Odisha News

BREAKING NEWS

ଅଯୋଧ୍ୟା ଜମି ବିବାଦ ଶୁଣାଣି: ରାଜସ୍ଥାନରେ ଆଜି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଜୟପୁର: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାର ଚୂଡାନ୍ତ ଶୁଣାଣି ଶନିବାର ଦିନ ପ୍ରକାଶ ପାଇବ ।

ଏହା ଅତ୍ୟନ୍ତ ସମ୍ବେଦନଶୀଳ ବିବାଦ ହୋଇଥିବାରୁ କୌଣସି ପ୍ରକାର ଅପ୍ରିତିକର ଘଟଣାକୁ ଏଡାଇବାକୁ ଯାଇ ରାଜସ୍ଥାନ ସରକାରଙ୍କ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ଆହୁରି ମଧ୍ୟ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଭରତପୁର ଅଞ୍ଚଳରେ ଆସନ୍ତାକାଲି ସକାଳ ୬ଟା ଯାଏଁ ମୋବାଇଲ୍ ତଥା ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଯାଇଛି ।

ଉଲ୍ଲେଖଯୋଗ୍ୟ, ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ଏହି ମାମଲାର ଚୂଡାନ୍ତ ଶୁଣାଣି ଆଜି ପ୍ରକାଶ କରିବେ । ଦେଶର ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଜି ପ୍ରକାଶ ହେବାକୁ ଥିବା ଚୂଡାନ୍ତ ରାୟକୁ ସମଗ୍ର ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଟ୍ୱିଟ୍ କରି ଜନ ସାଧାରଣକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave A Reply

Your email address will not be published.