Latest Odisha News

ଧାମରାରେ ଓଲଟିଲା ମାଛଧରା ବୋଟ୍, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ

ଭୁବନେଶ୍ୱର: ଭଦ୍ରକର ଧାମରାସ୍ଥିତ କାଳିନାଳୀ ନିକଟରେ ଏକ ମାଛଧରା ବୋଟ୍ କୌଣସି କାରଣବଶତଃ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡିଯାଇଛି ।

ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଉକ୍ତ ବୋଟଟି କାଳିନାଳୀ ନିକଟରେ ସମୁଦ୍ରରେ ବୁଡିଯାଇଥିଲା । ଉକ୍ତ ବୋଟରେ ଥିବା ସମସ୍ତ ମତ୍ସ୍ୟଜୀବୀମାନେ ସୁରକ୍ଷତି ରହିଛନ୍ତି । ଡଙ୍ଗା ବୁଡିଯବା ଫଳରେ ନିକଟସ୍ଥ ଜଙ୍ଗଲରେ ମତ୍ସ୍ୟଜୀବୀମାନେ ସୁରକ୍ଷିତ ଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ସମସ୍ତ ୮ ଜଣ ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ସୂଚନାଯୋଗ୍ୟ, ଅତି ଭୟଙ୍କର ରୂପ ନେଇ ବାତ୍ୟା ବୁଲବୁଲ ଓଡିଶା ଉପକୂଳ ଆଡକୁ ଗତି କରୁଥିବା ବେଳେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପବନ ସହ ପ୍ରବଳ ବର୍ଷା ଜାରି ରହିଛି ।

Leave A Reply

Your email address will not be published.