Latest Odisha News

ଲେମ୍ବୁ ଓ ମହୁ ମିଶ୍ରଣ ପିଇବା ବେଳେ ରୁହନ୍ତୁ ସତର୍କ, ଆୟୁର୍ବେଦ ବିଶେଷଜ୍ଞ କହିଛନ୍ତି ଏହାର କାରଣ

ଓଡିଶା ସମ୍ବାଦ ବ୍ୟୁରୋ: ଅଧିକାଂଶ ଲୋକେ ପ୍ରତିଦିନ ସକାଳୁ ମହୁ ଏବଂ ଲେମ୍ବୁ ପାଣି ପିଇବାକୁ ପସନ୍ଦ କରନ୍ତି। ସକାଳେ ଖାଲି ପେଟରେ ଲେମ୍ବୁ ପାଣି ଏବଂ ମହୁ ଖାଇବା ଦ୍ୱାରା କେବଳ ଓଜନ ହ୍ରାସ ହୁଏ ନାହିଁ ବରଂ ଏହା ଆମ ଶରୀରକୁ ମଧ୍ୟ ଭିତରୁ ଡିଟକ୍ସ କରିଥାଏ। ଲେମ୍ବୁ ହେଉଛି ଭିଟାମିନ୍-ସିର ଏକ ଉତ୍ସ ଏବଂ ମହୁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ସାହାଯ୍ୟ କରେ। ଲେମ୍ବୁ ଏବଂ ମହୁ ଏହିପରି ଦୁଇଟି ଉପାଦାନ ଯାହା ପୁଷ୍ଟିକର ଖାଦ୍ୟରେ ଭରପୂର ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ସମସ୍ତେ ଲେମ୍ବୁ ରସ ସହିତ ମହୁ ସେବନ କରିପାରିବେ କି ? ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ।

ଆୟୁର୍ବେଦ ବିଶେଷଜ୍ଞ ଡ. ଦିକ୍ଷା ଭବସାର ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏକ ପୋଷ୍ଟ କରିଛନ୍ତି, ଯେଉଥିରେ ସେ କହିଛନ୍ତି ଯେ ଲେମ୍ବୁ ପାଣି ଏବଂ ମହୁ ଚର୍ବିକୁ ବର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ସମସ୍ତେ ଲେମ୍ବୁ ଏବଂ ମହୁ ବ୍ୟବହାର କରିପାରିବେ ନାହିଁ। ଲେମ୍ବୁ ଏବଂ ମହୁର ମିଶ୍ରଣ ଆମ ପେଟର ଚର୍ବିକୁ ବର୍ଣ୍ଣିଂ କରିବାରେ ସାହାଯ୍ୟ କରେ। ଏହା ଆମ ଯକୃତକୁ ମଧ୍ୟ ଡିଟକ୍ସ କରିଥାଏ। ଏହାସହ ଶରୀରରେ ବ୍ଲୋଟିଂଠାରୁ ମଧ୍ୟ ମୁକ୍ତି ଦେଇଥାଏ।

ସମସ୍ତେ ଏହାରୁ ଉପକାରିତା ସମ୍ପର୍କରେ ଜାଣିଛନ୍ତି କିନ୍ତୁ ଆୟୁର୍ବେଦ ବିଶେଷଜ୍ଞମାନେ ଏହାର ଅପକାରିତା ବିଷୟରେ ମଧ୍ୟ କହିଛନ୍ତି।
ଏହାକୁ ବ୍ୟବହାର କରିବା ପୂର୍ବରୁ ମନେରଖନ୍ତୁ ଯେ ପାଣି ଅତ୍ୟଧିକ ଗରମ ନହେବା ଉଚିତ୍। ସବୁବେଳେ ଉଷୁମ ପାଣିରେ ମହୁ ମିଶାଇ ପିଅନ୍ତୁ। ମହୁ ଅତ୍ୟଧିକ ଗରମ ପାଣିରେ ମିଶିଲେ ଏହା ବିଷ ହୋଇଯାଏ। ଏକ ଚାମଚରୁ ଅଧିକ ମହୁ ବ୍ୟବହାର କରିବା ଅନୁଚିତ। ଆୟୁର୍ବେଦ ବିଶେଷଜ୍ଞ ଏହା ମଧ୍ୟ କହିଛନ୍ତି ଯେ ପ୍ରଥମେ ଆପଣ ଅଧା ଲେମ୍ବୁ ରସରୁ ଏହି ପାନୀୟ ଆରମ୍ଭ କରିବା ଉଚିତ୍। ଯଦି ଆପଣଙ୍କ ଶରୀରରେ କୌଣସି ଅସୁବିଧା ହୁଏ ନାହିଁ ତେବେ ଆପଣ ପରେ ଲେମ୍ବୁ ରସର ମାତ୍ରା ବଢାଇ ପାରିବେ।

ଯଦି ଆପଣଙ୍କର ଆର୍ଥ୍ରାଇଟିସ୍, ହାଇପରଏସିଡିଟି, ଦୁର୍ବଳ ହାଡ, ଦୁର୍ବଳ ଦାନ୍ତ, ପାଟି ଘା ’ଇତ୍ୟାଦିରେ ସମସ୍ୟାର ସମ୍ମୁଖିନ କରୁଛନ୍ତି, ତେବେ ଆପଣ ଲେମ୍ବୁ ଏବଂ ମହୁ ମିଶ୍ରଣକୁ ଖାଇବା ଉଚିତ୍ ନୁହେଁ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ।

Comments are closed.