Latest Odisha News

BREAKING NEWS

କରୋନାରେ ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ

ବଲାଙ୍ଗୀର: ଓଡିଶାର ବଲାଙ୍ଗୀର ଜିଲ୍ଲାର ଜଣେ ଆୟୁର୍ବେଦିକ ଡାକ୍ତର ଶନିବାର ଦିନ କରୋନାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ମୃତ ବ୍ୟକ୍ତି ଜଣକ ସାଗରପଡାର ଡାକ୍ତର ଦିଲୀପ ଷଡ଼ଙ୍ଗୀ ବୋଲି ଜଣାପଡିଛି।

ଡ. ଷଡ଼ଙ୍ଗୀ ରକ୍ସିମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁର୍ବେଦିକ ଡାକ୍ତର ଭାବରେ ନିୟୋଜିତ ହୋଇଥିଲେ।

ଷଡ଼ଙ୍ଗୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ପରିବାର ସଦସ୍ୟ ତାଙ୍କୁ ଭୁବନେଶ୍ୱର ଡାକ୍ତରଖାନାକୁ ନେବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

Comments are closed.