Latest Odisha News

ସରକାରୀ ହସ୍ପିଟାଲରେ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତରଙ୍କ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ସରକାରୀ ଡାକ୍ତରଖାନାରେ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତରମାନେ ସୋମବାର ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଲ୍ ଓଡ଼ିଶା ଆୟୁଷ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ବ୍ୟାନରରେ ଶତାଧିକ ଆୟୁଷ ଡାକ୍ତରମାନେ ସେମାନଙ୍କ ଦାବି ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ରାମମନ୍ଦିରରୁ ଲୋୟର ପିଏମଜି ଛକ ଯାଏଁ ଏକ ରାଲି କରିଥିଲେ।

ଦୀର୍ଘ ୨୧ ବର୍ଷ ହେଲା ସରକାର ସେମାନଙ୍କ ପାଇଁ ପଦବୀ ସୃଷ୍ଟି କରିନାହାନ୍ତି କି ନିଯୁକ୍ତି ଦେଇନାହାନ୍ତି ବୋଲି ଆନ୍ଦୋଳନରତ ଡାକ୍ତରମାନେ ଅଭିଯୋଗ କରିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କୁ ଅନେକ ଥର ଚିଠି ଲେଖି ଦାବି ଜଣାଇଛୁ। ଏ ନେଇ ବିଭିନ୍ନ ସମୟରେ ସରକାରୀ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ ହୋଇଛି। କିନ୍ତୁ ସରକାର ଏଯାଏଁ କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ସେ କହିଛନ୍ତି।

ସରକାର ସେମାନଙ୍କ ପ୍ରତି ଉଦାସୀନ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରି ଖୁବଶୀଘ୍ର ଅଧିକ ଡିସପେନସାରି ଖୋଲି ଆୟୁଷ ଡାକ୍ତର ନିଯୁକ୍ତି ଦେବାକୁ ଦାବି ହୋଇଛି। ଦାବି ପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ନ ନେଲେ ରାଜଧାନୀରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Comments are closed.