Latest Odisha News

BREAKING NEWS

ଗେଷ୍ଟ ହାଉସରେ ଯୁବକଙ୍କ ଆତ୍ମହତ୍ୟା, ପ୍ରେମିକାକୁ ଅଟକ ରଖିଲା ପୋଲିସ

ଭଦ୍ରକ: ଏକ ଗେଷ୍ଟ ହାଉସରେ ସୋମବାର ପ୍ରେମିକ ଆତ୍ମହତ୍ୟା କରିବା ପରେ ପୁଲିସ ଜଣେ ଯୁବତୀଙ୍କୁ ଅଟକ ରଖିଛି। ତେବେ ଆତ୍ମହତ୍ୟାର କାରଣ ଏଯାବତ ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀ, ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଜଳାହରି ଗ୍ରାମର ଦେବରାଜ ସାମଲ (୨୩) ଚରମ୍ପା ରେଳ ଷ୍ଟେସନ ନିକଟରେ ଥିବା ଗେଷ୍ଟ ହାଉସରେ ଅନଲାଇନରେ ରୁମ୍ ବୁକ୍ କରିଥିଲେ। ରବିବାର ସନ୍ଧ୍ୟାରେ ଦେବରାଜ ବନ୍ତ ଅଞ୍ଚଳର ପ୍ରେମିକାଙ୍କ ସହ ଗେଷ୍ଟ ହାଉସରେ ପ୍ରବେଶ କରିଥିଲେ।

ସୋମବାର ଅପରାହ୍ନରେ ଯୁବତୀ ଜଣଙ୍କ  ଉଠି ଦେଖିଲା ବେଳକୁ ଦେବରାଜ ରୁମରେ ଫ୍ୟାନରେ ଝୁଲି ପଡ଼ିଥିଲେ ଏବଂ ସାହାଯ୍ୟ ପାଇଁ ଚିତ୍କାର କରିଥିଲା। ଖବର ପାଇ ଗେଷ୍ଟ ହାଉସର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ।

ଭଦ୍ରକ ଟାଉନ ଥାନା ପୁଲିସର ଏକ ଟିମ୍ ଗେଷ୍ଟ ହାଉସକୁ ଯାଇ ଦେବରାଜଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦେବରାଜଙ୍କ ପ୍ରେମିକାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦେବରାଜଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସେପଟେ ଦେବରାଜଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ପୋଲିସ ତଦନ୍ତ ଦାବି କରିଛନ୍ତି। କିଛି ଦିନ ତଳେ ଦେବରାଜଙ୍କୁ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ ନିଯୁକ୍ତି ମିଳିଥିଲା ବୋଲି ଜଣାପଡ଼ିଛି।

Leave A Reply

Your email address will not be published.