ନୂଆଦିଲ୍ଲୀ: ଆୟୁଷ୍ମାନ ମିଶନର ଆୟୁଷ୍ମାନ ଭାରତରେ ସାମିଲ ହେବ ଆୟୁଷ ସ୍ୱସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର । ଏନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବ କ୍ୟାବିନେଟ ବୈଠକରେ ମଂଜୁରୀ ମିଳିଛି । ଆୟୁଷ ସ୍ୱସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ରକୁ ଆୟୁଷମାନ ମିଶନରେ ଅନ୍ତର୍ଭୁକ୍ତ କରିବାକୁ ଅନୁମୋନ ମିଳିଛି । ଏଥିପାଇଁ ୨୦୧୯-୨୦ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ୩୩୯୯.୩୫ କୋଟି ଟଙ୍କା ଖର୍ଚ୍ଚ ହେବ ।
ଉପଯୁକ୍ତ ଥିବା ସ୍ୱାସ୍ଥ୍ୟସେବା ପ୍ରଣାଳି ସହ ମିଶି ପ୍ରତିଷୋଧକ, ଆରୋଗ୍ୟକାରୀ ଚିକିତ୍ସା ଉପରେ ଧ୍ୟାନ ଦେଇ ଏକ ସମ୍ପୂର୍ଣ୍ଣ ସୁସ୍ଥତା ମଡେଲ ନିର୍ମାଣ କରିହେବ । ଆୟୁଷ ସେବା ଦ୍ୱାରା ଗିରବ ଲୋକଙ୍କୁ ନୂଆ ଚିକିତ୍ସାର ବିକଳ୍ପ ଯୋଗାଇ ହେବ । ସେହିପରି ‘ସ୍ୱୟଂ ଯତ୍ନ’ ମଡେଲ ତିଆରି ହେବ । ଏହାଦ୍ୱାରା ଅତିରିକ୍ତ ଖର୍ଚ୍ଚ କାଟ ହେବ ।
ଆୟୁଷ ମନ୍ତ୍ରାଳୟ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଓ ଅନ୍ୟାନ୍ୟ ଆନୁସଙ୍ଗିକ ମନ୍ତ୍ରାଳୟର ସହଯୋଗରେ ସାରା ଦେଶରେ ୧୨,୫୦୦ଟି ଆୟୁଷ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ଖୋଲାଯିବ । ଏଥିପାଇଁ ୨ଟି ମଡେଲର ପ୍ରସ୍ତାବ ଦିଆଯାଇଛି । ଉପଯୁକ୍ତ ଥିବା ୧୦ ହଜାର ଆୟୁଷ ଡିସପେନସରୀ ଅପଗ୍ରେଡ୍ କରିବା ସହ ୨୫୦୦ ଉପ-ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ନବୀକରଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।
BREAKING NEWS
- Bjd: ନିଲମ୍ବିତ ୨ ବିଧାୟକଙ୍କୁ ବିଜେଡିର ନୋଟିସ୍;ପାର୍ଟି ବାହାରେ ଭୋଟ୍ ଦେଲେ…
- କଇଁଛ ସୁରକ୍ଷା ସାଙ୍ଗକୁ ବେଆଇନ ମାଛ ଧରା ଉପରେ ନଜର ରଖିବ ଡ୍ରୋନ
- Pak based smugglers: ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଚୋରାଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ; ରହିଛି ପାକ୍ ଲିଙ୍କ,୬ ଅଭିଯୁକ୍ତ ଗିରଫ
- BJD: ୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍
- ଅନାୟା ବାଙ୍ଗରଙ୍କ ହେଲା ଜେଣ୍ଡର ଅଫର୍ମିଙ୍ଗ ସର୍ଜରୀ
- ଦାଶରଥୀ ଗମାଙ୍ଗଙ୍କ ସଭ୍ୟପଦ ରଦ୍ଦ ଚେତାବନୀ, ସକାଳ ୯ଟା ସୁଦ୍ଧା ଯୋଗାଯୋଗ କରିବାକୁ ନିର୍ଦ୍ଦେଶ
- ବାଲି ମାଫିଆଙ୍କୁ ବଡ ଝଟକା; ୮ଟି ବାଲି ବୋଝେଇ ହାଇୱା ଜବତ
- Fake Police Arrested: ନକଲି ପୋଲିସ ସାଜି ଲୋକଙ୍କୁ କରୁଥିଲା ଆତଙ୍କିତ, ବାନ୍ଧିଲା ଅସଲି ପୋଲିସ
- ପାରାଦୀପକୁ ଦେଶର ଏକ ବୃହତ୍ ଅର୍ଥନୈତିକ ଅଞ୍ଚଳରେ ପରିଣତ କରାଯିବ: ମୁଖ୍ୟମନ୍ତ୍ରୀ
- Kalbaisakhi:କାଳବୈଶାଖୀ ତାଣ୍ଡବ:ଉଡ଼ିଲା ଅଟୋ,ଭାଙ୍ଗିଲା ଘର, ୨ ମୃତ,୨୦ରୁ ଊର୍ଦ୍ଧ୍ବ ଆହତ
Comments are closed.