ନୂଆଦିଲ୍ଲୀ: ଆୟୁଷ୍ମାନ ମିଶନର ଆୟୁଷ୍ମାନ ଭାରତରେ ସାମିଲ ହେବ ଆୟୁଷ ସ୍ୱସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର । ଏନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବ କ୍ୟାବିନେଟ ବୈଠକରେ ମଂଜୁରୀ ମିଳିଛି । ଆୟୁଷ ସ୍ୱସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ରକୁ ଆୟୁଷମାନ ମିଶନରେ ଅନ୍ତର୍ଭୁକ୍ତ କରିବାକୁ ଅନୁମୋନ ମିଳିଛି । ଏଥିପାଇଁ ୨୦୧୯-୨୦ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ୩୩୯୯.୩୫ କୋଟି ଟଙ୍କା ଖର୍ଚ୍ଚ ହେବ ।
ଉପଯୁକ୍ତ ଥିବା ସ୍ୱାସ୍ଥ୍ୟସେବା ପ୍ରଣାଳି ସହ ମିଶି ପ୍ରତିଷୋଧକ, ଆରୋଗ୍ୟକାରୀ ଚିକିତ୍ସା ଉପରେ ଧ୍ୟାନ ଦେଇ ଏକ ସମ୍ପୂର୍ଣ୍ଣ ସୁସ୍ଥତା ମଡେଲ ନିର୍ମାଣ କରିହେବ । ଆୟୁଷ ସେବା ଦ୍ୱାରା ଗିରବ ଲୋକଙ୍କୁ ନୂଆ ଚିକିତ୍ସାର ବିକଳ୍ପ ଯୋଗାଇ ହେବ । ସେହିପରି ‘ସ୍ୱୟଂ ଯତ୍ନ’ ମଡେଲ ତିଆରି ହେବ । ଏହାଦ୍ୱାରା ଅତିରିକ୍ତ ଖର୍ଚ୍ଚ କାଟ ହେବ ।
ଆୟୁଷ ମନ୍ତ୍ରାଳୟ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଓ ଅନ୍ୟାନ୍ୟ ଆନୁସଙ୍ଗିକ ମନ୍ତ୍ରାଳୟର ସହଯୋଗରେ ସାରା ଦେଶରେ ୧୨,୫୦୦ଟି ଆୟୁଷ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ଖୋଲାଯିବ । ଏଥିପାଇଁ ୨ଟି ମଡେଲର ପ୍ରସ୍ତାବ ଦିଆଯାଇଛି । ଉପଯୁକ୍ତ ଥିବା ୧୦ ହଜାର ଆୟୁଷ ଡିସପେନସରୀ ଅପଗ୍ରେଡ୍ କରିବା ସହ ୨୫୦୦ ଉପ-ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ନବୀକରଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।
BREAKING NEWS
- ଏହି ଦେଶରେ ପାଳନ ହୁଏନି ନୂଆ ବର୍ଷ, ଜାନୁଆରୀ ୧ ସେଲିବ୍ରେସନ କଲେ ମିଳେ ଜେଲଦଣ୍ଡ
- ଗ୍ରାହକଙ୍କ ପାଇଁ ଖୁସିଖବର: BSNL ଲଞ୍ଚ କଲା ୱାଇଫାଇ କଲିଂ ସର୍ଭିସ୍
- ନୂଆ ବର୍ଷ ପାଳନ ହେଲା କାଳ, ବିସ୍ଫୋରଣ ନେଲା ୪୦ ଜୀବନ
- କୋଟିଆରେ ଆନ୍ଧ୍ର ଅନୁପ୍ରବେଶ ରୋକିବାକୁ ବଡ ପଦକ୍ଷେପ ନେଲେ ରାଜ୍ୟ ସରକାର
- ବିଶ୍ୱର ଏହି ସହରକୁ ‘ପାପ’ର ନଗରୀ କୁହାଯାଉଥିଲା, ଲୋକଙ୍କୁ ମିଳୁନଥିଲା କୌଣସି ‘ଦଣ୍ଡ’..
- ନୂଆବର୍ଷରେ କଟକରେ ବୋମା ମାଡ଼…
- ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ନେତାଙ୍କ ଅପମାନ, “ନୋ ବ୍ୟାନର ଜୋନ୍” ଫଳକ ସ୍ଥାପିତ କରିବା ପାଇଁ ପ୍ରସ୍ତାବ
- Pralay Missile: ଓଡ଼ିଶାରେ ଭାରତର ‘ପ୍ରଳୟ’, ଧଡ୍ ଧଡ୍ ଶତ୍ରୁଙ୍କ ଛାତି
- ଘନ କୁହୁଡି ପାଇଁ ୫ ବିମାନର ଦିଗ ପରିବର୍ତ୍ତନ
- Air India Pilot Detained: ବିମାନ ଉଡ଼ାଣ ପୂର୍ବରୁ ପାଇଲଟ୍ ମଦ୍ୟପାନ କରି ଧରାପଡିଲେ,ଆଉ ତା’ପରେ…
Comments are closed.