Latest Odisha News

BREAKING NEWS

କରୋନା କଟକଣା: ଅଯୋଧ୍ୟା ରାମନବମୀ ଉତ୍ସବରେ ବାହାର ଲୋକଙ୍କ ପ୍ରବେଶ ମନା

ଲକ୍ଷ୍ନୌ: ଅଯୋଧ୍ୟାର ରାମନବମୀ ଉତ୍ସବରେ ଲାଗିଲା କରୋନା କଟକଣା । ଏଠି ବାହାର ଲୋକଙ୍କ ପ୍ରବେଶକୁ ବ୍ୟାନ୍ କରାଯାଇଛି । ଏନେଇ ୟୁପି ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି ହୋଇଛି । କରୋନା ଭୂତାଣୁକୁ ଆଖି ଆଗରେ ରଖି ପ୍ରଶାସନ କଡା କଟକଣା ଲଗାଇଛନ୍ତି ।
ଆଯୋଧ୍ୟାରେ ଆସନ୍ତା ୨୫ରୁ ଏପ୍ରିଲ ୨ ଯାଏଁ ରାମନବମୀ ଉତ୍ସବ ପାଳିତ ହେବ । ତେବେ ଏହି ସମୟରେ ବାହାର ଲୋକଙ୍କୁ ଏଠାରେ ପ୍ରବେଶ ଉପରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି । ଏଥିସହ ମନ୍ଦିରରେ ଭିଡ ଜମାଇବା, ନଦୀରେ ସାମୂହିକ ବୁଡ ପକାଇବା ଅଦିକୁ ମଧ୍ୟ ବାରଣ କରାଯାଇଛି ।
ସୂଚନା ଅନୁସାରେ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଜିଲ୍ଲାର ସୀମାରେ ବାହାରୁ ଫେରାଇ ଦିଆଯିବ । ଯାତ୍ରୀ ନିବାସ, ହୋଟେଲ, ଧର୍ମଶାଳା, ଲଜ୍ ଆଦିରେ କୌଣସି ବୁକିଂ ମଧ୍ୟ କରାଯିବ ନାହିଁ ।

Leave A Reply

Your email address will not be published.